Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସଞ୍ଜୟ ଜୟସ୍ୱାଲ ବିହାର ଓ ସତୀଶ ପୁନିଆ ହେଲେ ରାଜସ୍ଥାନର ନୂଆ ପ୍ରଦେଶାଧ୍ୟକ୍ଷ

14/09/2019 at 5:52 PM

ନୂଆଦିଲ୍ଲୀ:  ବିଜେପି ଶନିବାର ୨ଟି ପ୍ରଦେଶ ନିମନ୍ତେ ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ କରିଛି। ଏଥିରେ ସତୀଶ ପୁନିଆଙ୍କୁ ରାଜସ୍ଥାନ ଓ ସଞ୍ଜୟ ଜୟସ୍ୱାଲଙ୍କୁ ବିହାରର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ମଦନଲାଲ ସୈନୀ ରାଜସ୍ଥାନର ପ୍ରଦେଶାଧ୍ୟକ୍ଷ ଥିଲେ। ତେବେ ଗତ ଜୁନ ୨୫ ତାରିଖରେ ତାଙ୍କର ପରଲୋକ ହେବାରୁ ପଦବୀ ରିକ୍ତ ଥିଲା।

ପ୍ରଦେଶାଧ୍ୟକ୍ଷ  ନିଯୁକ୍ତି ନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ଶନିବାର ବିଜ୍ଞପ୍ତି ଜାରି କରିଛନ୍ତି। ଆମେର ବିଧାୟକ ସତୀଶ ପୁନିଆଙ୍କୁ ରାଜ୍ୟ ବିଜେପିର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଦାରୋମଦାର ଚମ୍ପାରଣର ସାଂସଦ ଡା. ସଞ୍ଜୟ ଜୟସ୍ୱାଲ ବିହାର ରାଜ୍ୟପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିହାର ଦାୟିତ୍ୱରେ ଥିବା ନିତ୍ୟାନନ୍ଦ ରାୟ ମୋଦିଙ୍କ ଚଳିତ ସରକାରରେ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏଣୁ ମନ୍ତ୍ରାଳୟ ସାଙ୍ଗକୁ ପ୍ରଦେଶ ବିଜେପି କାର୍ଯ୍ୟ ସମ୍ଭାଳିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା।

ଡା. ଜୟସ୍ୱାଲ ୨୦୦୯ ମସିହାରୁ ପଶ୍ଚିମ ଚମ୍ପାରନ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି। ତାଙ୍କ ପିତା ମଦନ ପ୍ରସାଦ ଜୟସ୍ୱାଲ ମଧ୍ୟ ଅତୀତରେ ସାଂସଦ ନିର୍ବାଚିତ ହୋଇଥିଲେ। ଦେଶର ଉଚ୍ଚଶିକ୍ଷିତ ସାଂସଦଙ୍କ ମଧ୍ୟରେ ଡା. ଜୟସ୍ୱାଲ ଅନ୍ୟତମ। ସେ ପାଟନା ୟୁନିଭର୍ସିଟିରୁ ଏମବିବିଏସ ଓ ଦରଭଙ୍ଗା ମେଡିକାଲ କଲେଜରୁ ଏମଡି ଉତୀର୍ଣ୍ଣ ହୋଇଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ଡା. ଜୟସ୍ୱାଲ ପାଟନା ଏମସ୍ ର ଗଭର୍ଣ୍ଣିଂ ବଡି ସଦସ୍ୟ ବିଥିଲେ। ତେବେ ରାଜସ୍ଥାନ ପ୍ରଦେଶାଧ୍ୟକ୍ଷ ଆରଏସଏସ ପୃଷ୍ଠଭୂମିର ନେତା।

   Related Posts