୭ ଜଣ ବରିଷ୍ଠ ବିଜେପି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ
8/04/2019 at 10:38 PM

ଭୁବନେଶ୍ୱର ୮/୪ : ୭ ଜଣ ବରିଷ୍ଠ ବିଜେପି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ସାଧାରଣ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାପାଇଁ ବିଜେପି ଆଜି ରମାରଞ୍ଜନ ବଳିୟାରସିଂହଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ୱ ପ୍ରଦାନ କରିଛି । ରମାରଞ୍ଜନ ସତ୍ୟବାଦୀ ଆସନରୁ ଅଶାୟୀ ପ୍ରାର୍ଥୀ ଥିଲେ । ସେହିଭଳି ସୁଦୀପ୍ତ ରାୟଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ସୁଦିପ୍ତ ଜଟଣୀ ବିଧାନସଭା ଆସନରୁ ଆଶାୟୀ ପ୍ରାର୍ଥୀ ଥିଲେ । ଅନ୍ୟପକ୍ଷରେ ଛୋଟେଲାଲ୍ ମହନ୍ତଙ୍କୁ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ପ୍ରଚାର ସହସଂଯୋଜକ, ସୁରେନ୍ଦ୍ର ପଣ୍ଡାଙ୍କୁ ସମ୍ପାଦକ, ଗୋବିନ୍ଦ ଅଗ୍ରଓ୍ୱାଲଙ୍କୁ ପ୍ରବକ୍ତା ଓ ସମ୍ୱଲପୁର ସଂସଦୀୟ କ୍ଷେତ୍ରର ପ୍ରଚାର ଓ ସହସଂଯୋଜକ, ବିନୋଦ ଦାସଙ୍କୁ କଟକ ସଂସଦୀୟ କ୍ଷେତ୍ରର ପ୍ରଚାର ସଂଯୋଜକ, ପ୍ରିୟବ୍ରତ ମାଝୀଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ, ସୁଶାନ୍ତ ମଲ୍ଲିକଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ଆଜି ଏହି ଦାୟିତ୍ୱ ବଣ୍ଟନ କରିଥିବା ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ସନ୍ତୋଷ ପ୍ରଧାନଙ୍କୁ ବିଜୋପି ଯୁବମୋର୍ଚ୍ଚାର ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି ।