Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଜେପି-ଶିବସେନା ପୁଣି ହେବେ କି ଏକାଠି ? ଉଦ୍ଧବ ଠାକରେଙ୍କ ‘ଭବିଷ୍ୟତ ସହଯୋଗୀ’ ବୟାନକୁ ନେଇ ତେଜିଲା ଚର୍ଚ୍ଚା

17/09/2021 at 9:46 PM

ମୁମ୍ବାଇ ୧୭/୦୯ : ମହାରାଷ୍ଟ୍ରରେ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ପୁରୁଣା ମେଣ୍ଟ ସହଯୋଗୀ । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ କଥା ନଛିଡିବାରୁ ମେଣ୍ଟରୁ ଅଲଗା ହୋଇଥିଲେ ଦୁଇ ଦଳ । ପରେ ଏନ୍‌ସିପି ଏବଂ କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା ଶିବସେନା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଉଦ୍ଧବ ଠାକ୍‌ରେ ।

ମହାରାଷ୍ଟ୍ର ରାଜନୀତିରେ ଲୋକପ୍ରିୟ ଥିବା ଶିବସେନା ଏବଂ ବିଜେପି ନେତା ଗୋଟିଏ ଝଟ୍‌କାରେ ହିଁ ସବୁକିଛି ବଦଳାଇଦେଇଥିଲା । କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ଶିବସେନା ସରକାର ଗଢିଥିଲା ଏବଂ ବିରୋଧୀ ଆସନରେ ବସିଥିଲା ବିଜେପି । ଉଭୟ ଦଳ ମଧ୍ୟରେ ଦୂରତା ରହିଛି କିନ୍ତୁ ବେଳେ ବେଳେ ଦୁଇ ଦଳକୁ ନେଇ ପୁଣି ଥରେ ମେଣ୍ଟ ଚର୍ଚ୍ଚା ହେଉଛି । ଏବେ ପୁଣି ଥରେ ଆରମ୍ଭ ହୋଇଯାଇଛି ସେହି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଏକ ବୟାନ୍ ଏବେ ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକ୍‌ରେ, ମଞ୍ଚ ଉପରେ ଉପସ୍ଥିତ ସମସ୍ତ ପୁରୁଣା ସହଯୋଗୀ ଏବଂ କେନ୍ଦ୍ରମନ୍ତ୍ରୀ ରାଓ୍ବ ସାହେବ ଦାନଓ୍ବେଙ୍କୁ ଦେଖି କହିଛନ୍ତି, ଯଦି ଭବିଷ୍ୟତରେ(ବିଜେପି) ସାଙ୍ଗରେ ଆସନ୍ତି ତ ଭାବି ସହଯୋଗୀ, କାର୍ଯ୍ୟକ୍ରମରେ ଉପସ୍ଥିତ ଭାଇ ଓ ଭଉଣୀମାନେ ।

ମହାରାଷ୍ଟ୍ର ରାଜନୀତି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ ଶିବସେନା ଏବଂ ବିଜେପି ଏକାଠି ହେବାର କଳ୍ପନାଜଳ୍ପନା ଆଭାସ ଏହି ବିବୃତ୍ତିରୁ ଜଣାପଡିଛି। ଔରଙ୍ଗାବାଦରେ ଏକ କାର୍ଯ୍ୟକୁ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି ଯେ, ‘ମଞ୍ଚ ଉପରେ ବସିଥିବା ମୋର ପୂର୍ବ, ବର୍ତ୍ତମାନ ଏବଂ ଯଦି ଭବିଷ୍ୟତରେ ଆମେ ଏକାଠି ହେବା ତେବେ ଭବିଷ୍ୟତର ସହକର୍ମୀ’।  

ଉଦ୍ଧବଙ୍କ ଏଭଳି ବୟାନକୁ ନେଇ ଆଲୋଚନା ଜୋରଦାର ହୋଇଛି । ପୁଣି ଥରେ ବିଜେପି ଏବଂ ଶିବସେନା ମେଣ୍ଟ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଶିବସେନା ନେତାମାନେ ବିଜେପି ସହ ମେଣ୍ଟକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି । କେବଳ ସେତିକି ନୁହେଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ବିଜେପି ଶିବସେନା ସହିତ ମେଣ୍ଟର କୌଣସି ସମ୍ଭାବନା ନାହିଁ ।

ଏହା ପୂର୍ବରୁ ଗତ ଜୁନରେ ଉଦ୍ଧବ ଠାକରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୪୫ ମିନିଟର ଧରି ବୈଠକ କରିଥିଲେ । ଏହି ବୈଠକ ପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମର ଶତ୍ରୁତା ନାହିଁ। ଉଦ୍ଧବଙ୍କ ବୈଠକ ଏବଂ ତା ପରେ ସଞ୍ଜୟ ରାଉତଙ୍କ ଏଭଳି ବିବୃତ୍ତି ପରେ ଉଭୟ ଦଳ ପୁଣି ଏକାଠି ହେବା ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି କଳ୍ପନା ଜଳ୍ପନାର କାରଣ ହୋଇଛି କାରଣ କାର୍ଯ୍ୟକ୍ରମ ପରେ ମଧ୍ୟ ସେ ଗଣମାଧ୍ୟମକୁ ଦେଇଥିବା ବିବୃତିରେ ଏହାକୁ ଅସ୍ୱୀକାର କରିନାହାଁନ୍ତି। ଗଣମାଧ୍ୟମର ପ୍ରଶ୍ନରେ ଠାକ୍‌ରେ କହିଛନ୍ତି ଯେ, ଭବିଷ୍ୟତର ସହଯୋଗୀ କିଏ ହେବ ତାହା ଭବିଷ୍ୟତ କହିବ ।

   Related Posts