ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା

Published By : Prameya-News7 Bureau | September 20, 2021 IST

ଭୁବନେଶ୍ବର ୨୦।୯: ବିଜେଡିର ମାରାଥନ ମିଶ୍ରଣ ପର୍ବ । ବିଜେଡି କାର୍ଯ୍ୟାଳୟରେ ଅୟୋଜିତ ମିଶ୍ରଣ ପର୍ବ ପରେ ସାଂସଦ ସୁବାସ ସିଂଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଛି ଅନ୍ୟ ଏକ ମିଶ୍ରଣ ପର୍ବ । ରାୟଗଡା ଜିଲ୍ଲାର ବିଭିନ୍ନ ଦଳର କର୍ମକର୍ତ୍ତା ତଥା କର୍ମୀମାନେ ନିଜ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପି ଦଳର ଅନେକ ବରିଷ୍ଠ ନେତା ବିଜେଡ଼ିରେ ମିଶିଛନ୍ତି ।

{"id":514688,"width":753,"height":424,"sizeSlug":"full","linkDestination":"none"}

ସୁବାସଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ସୁବାସ ସିଂ, ଭାସ୍କର ରାଓ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରଘୁନାଥ ଗମାଙ୍ଗୋ ପ୍ରମୁଖ ଦଳରେ ସାମିଲ ନୂତନ ସଦସ୍ୟଙ୍କୁ ସ୍ଵାଗତ କରିଥିଲେ । ଏହି ମିଶ୍ରଣ ଦ୍ଵାରା ବିଜେଡିର ଶକ୍ତି ବଢିଛି ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ । ସେହିଭଳି ନବୀନ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଥିବା ନୂତନ ସଦସ୍ୟମାନେ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.