ବିଜେଡିରେ ସାମିଲ ହେଲେ ଧାମନଗର ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି କର୍ମୀ

Published By : Prameya-News7 Bureau | April 11, 2019 IST

ଭଦ୍ରକ ୧୧|୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି ।  ଧାମନଗର ନିର୍ବାଚନମଣ୍ଡଳୀର ପାଳସାହି ପଞ୍ଚାୟତର କଂଗ୍ରେସ ଓ ବିଜେପି କର୍ମୀମାନେ ଧାମନଗରର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ପାଳସାହିଠାରୁ ଏକ ଶୋଭାଯାତ୍ରାରେ ଆସି ରାଜେନ୍ଦ୍ର ଦାସଙ୍କ ବାସଭବନ ଠାରେ ଆୟୋଜିତ ମିଶ୍ରଣ ସଭାରେ ଯୋଗ ଦେଇଥିଲେ । ଏହି କର୍ମୀଙ୍କ ଯୋଗଦାନ ପରେ ଆଗାମୀ ଦିନରେ ବିଜେଡ଼ି ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ରାଜେନ୍ଦ୍ର ଦାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.