ଦାରୁ ଚୟନରେ ଫିକ୍ସିଂ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ୍ କଲା ବିଜେପି, ପୂର୍ବତନ ଆଇନମନ୍ତ୍ରୀଙ୍କୁ ଟାଣିଲା କଂଗ୍ରେସ : ଅଡୁଆରେ ଶାସକ ଦଳ
15/11/2018 at 6:32 PM

ଭୁବନେଶ୍ବର ୧୫|୧୧: ଦାରୁ ଚୟନରେ ଫିକ୍ସିଂ ହୋଇଛି । ମହାପ୍ରଭୁଙ୍କ ବିଶ୍ବକର୍ମା ନବକଳେବର ଦାରୁ ଚୟନ ଉପରେ ଏପରି ମୁହଁ ଖୋଲିବା ପରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । ଦାରୁ ଫିକ୍ସିଂ ପଛରେ ଶାସକ ଦଳର ନେତାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
ଦାରୁ ଫିକ୍ସିଂକୁ ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ଟାଣିଛି କଂଗ୍ରେସ । ଗୋଟିଏ ଅଞ୍ଚଳରୁ ମହାପ୍ରଭୁଙ୍କ ତିନି ଦାରୁ କିପରି ମିଳିଲା ପୋଲାଦାରୁ ଫିକ୍ସିଂ ଲାଗି କିଏ ଅର୍ଥ ଦେଇଥିଲା ତାର ତଦନ୍ତ ଜଣେ ସିଟିଂ ଜଜଙ୍କ ଦ୍ବାରା ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ ।
ସେପଟେ ବିଜେଡି କହିଛି ପ୍ରମାଣ ନଥାଇ ଏପରି ଆରୋପ ଠିକ୍ ନୁହେଁ, ଠାକୁର ଥରେ ପ୍ରତିଷ୍ଠା ହୋଇସାରିଲେ ଆଉ ସମାଲୋଚନା କରିବା କଥା ନୁହେଁ । ଏହାକୁ ନେଇ ବିଜେପି ଅବିଶ୍ବାସର ବାତାବରଣ ସୃଷ୍ଟି କରୁଛି ।
ଦାରୁ ଫିକ୍ସିଂ ପଛରେ କିଏ ? ଗୋଟିଏ ଅଞ୍ଚଳରୁ ତିନିଟି ଦାରୁ ଚୟନ ଲାଗି କିଏ ଦେଇଛନ୍ତି ଟଙ୍କା । ଦାରୁ ଚୟନ ଷଡଯନ୍ତ୍ରର ରଚନାକାରୀ ଓ ଯୋଗସୂତ୍ରକାରୀ ନେତା କିଏ । ପୋଲାଦାରୁକୁ ବିଗ୍ରହ ଲାଗି ଚୟନ ପଛରେ ଶାସକ ଦଳର କେଉଁ ନେତାଙ୍କ ହାତ ଅଛି । ବ୍ରହ୍ମ ବିଭ୍ରାଟ ପଛରେ ଦାରୁ ଫିକ୍ସିଂ ହୋଇଥିବା ବିଗ୍ରହ ଗଢିବାର ବିଶ୍ବକର୍ମା କହିବା ପରେ ଏମିତି ଆରୋପ ଆଣିଛନ୍ତି ବିରୋଧୀ ।
ବିଜେପି କହିଛି ଦାରୁ ଫିକ୍ସିଂରେ ଧାର୍ମିକ ଓ ଅର୍ଥନୈତିକ ଷଡଯନ୍ତ୍ର ହୋଇଛି । ସେପଟେ କଂଗ୍ରେସ ଘଟଣାରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ବାରା ତଦନ୍ତ କରିବାକୁ ଦାବି କରିଛି । ଶାସକ ଦଳର ଜଣେ ରାଜ୍ୟସଭା ସାଂସଦଙ୍କ ଏଥିରେ ହାତ ଥିବା କହିଛି କଂଗ୍ରେସ । ସେହିପରି ଘଟଣାରେ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ଛନ୍ଦିଛି କଂଗ୍ରେସ ।
ନବକଳେବର ସମୟରେ ବନଜାଗଯାତ୍ରା ଠାରୁ ଆରମ୍ଭ କରି ଦାରୁ ଚୟନକୁ ନେଇ ବିବାଦ ଆସିଥିଲା । ଦାରୁ ଚୟନରେ ଫିକ୍ସିଂ ହୋଇଥିବା ବି ଅଭିଯୋଗ ଆସିଥିଲା । ହେଲେ ବ୍ରହ୍ମ ବିଭ୍ରାଟ ଆଳରେ ଦାରୁ ଚୟନ ଫିକ୍ସିଂକୁ ଚାପି ଦେଇଥିବା କଥା ବି ଉଠିଥିଲା । ହେଲେ ଏବେ ମୁଖ୍ୟ ବିଶ୍ବକର୍ମା ମୁହଁ ଖୋଲିବା ପରେ ପୁଣି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ।
ସେପଟେ ବିଜେଡି କହିଛି ପ୍ରମାଣ ଯୋଗ୍ୟ ତଥ୍ୟ ନଥାଇ ବିରୋଧୀ ଅବିଶ୍ବାସନୀୟ ତଥ୍ୟ ରଖିଛନ୍ତି । ଏହାର ଅର୍ଥ ପ୍ରତିଷ୍ଠା ହୋଇସାରିଥିବା ଠାକୁରଙ୍କ ପ୍ରତି ଅବିଶ୍ବାସ ଭାବ । ଏପରି ଅବିଶ୍ବାସ ଭାବ ସୃଷ୍ଟି କରିବାଜଘନ୍ୟ ଅପରାଧ ।
ନବକଳେବରର ବେଳେ ହୋଇଥିବା ଦାରୁ ଫିକ୍ସିଙ୍ଗ ଅଭିଯୋଗ ବ୍ରହ୍ଣ ବିଭ୍ରାଟ ତଳେ ଚପିଥିଲା । ହେଲେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଆସିବା ପରେ ଏହି ପ୍ରସଙ୍ଗ ପୁଣି ଉଠିଛି ।