ମହାନଦୀକୁ ନେଇ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ସମାନ ;ବିଜେଡି ମୁଖପାତ୍ର ସସ୍ମିତ ପାତ୍ର
6/02/2019 at 9:08 PM

ଭୁବନେଶ୍ଵର ୬/୨-ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ମହାନଦୀ କଥାକୁ ପୁଣି ସାମ୍ନାକୁ ଆଣିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମହାନଦୀ ସମସ୍ୟାର ସମାଧାନ ଲାଗି କଂଗ୍ରେସ ଲାଗି ଆଜି ବଡ଼ ସୁଯୋଗ ଥିଲା । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ପିସିସିର ସମସ୍ତ ବଡ଼ ନେତା ଗୋଟିଏ ମଞ୍ଚରେ ଥିଲେ । ଅଥଚ କେହି ବି ମହାନଦୀ କଥା ଉଠାଇଲେ ନାହିଁ । ମହାନଦୀକୁ ନେଇ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ସମାନ ବୋଲି ସସ୍ମିତ ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ସବୁବେଳେ ମହାନଦୀ କଥା ଉଠଉଥିବା ବେଳେ କଂଗ୍ରେସ ଓ ବିଜେପି କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।
Related Posts
ରାଜ ଠାକରେଙ୍କୁ ଫେବୃଆରୀ ୬ରେ ଅଦାଲତରେ ହାଜର ହେବାକୁ କୋର୍ଟଙ୍କ ଆଦେଶ
28 January 2021