Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ମୋଦୀଙ୍କ ଲକଡାଉନକୁ ଖାତିର କଲେନି ବିଜେପି ବିଧାୟକ: ଜନ୍ମଦିନ ପାଳନ କରି ଖୁଆଇଲେ ବିରିୟାନୀ, କଂଗ୍ରେସ ନେତା ମଧ୍ୟ ବାଣ୍ଟିଲେ ଟଙ୍କା

11/04/2020 at 11:20 AM

ବେଙ୍ଗାଲୁରୁ, ୧୧|୦୪:  ଲକଡାଉନ୍ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ, ରାଜ ସରକାର ଓ ବଡ ବଡ ନେତା, ଅଭିନେତା ଜନତାଙ୍କୁ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୫ ତାରିଖରେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ କିଛି ଜନପ୍ରତିନିଧି ଏହାର ଖିଲାପ କରୁଥିବା ଦେଖିବାକୁ ମିଳିଛି । ସେମାନେ ସରକାରଙ୍କ ଆଦେଶକୁ ମଧ୍ୟ ଖାତିର କରୁନାହାଁନ୍ତି ।

କର୍ଣ୍ଣାଟକର ଟୁମକୁରରେ ବିଜେପି ବିଧାୟକ ନିଜ ଜନ୍ମଦିନରେ ଶହ ଶହ ଅତିଥିଙ୍କୁ ବିରିୟାନୀ ବାଣ୍ଟିଛନ୍ତି । ସେହିପରି ଝାଡଖଣ୍ଡର ଜାମତାଡାରେ କଂଗ୍ରେସ ବିଧାୟକ ଲୋକଙ୍କୁ ଟଙ୍କା ମଧ୍ୟ ବାଣ୍ଟୁଥିବା ନଜର ଆସିଛି । ଏଠାରେ ଟଙ୍କା ନେବା ପାଇଁ ଲୋକ ଭୀଡ ଜମାଇଥିଲେ ।

ଦେଶରେ ଏବେ ଲକଡାଉନ ଚାଲିଛି  । କରୋନା ସଂକ୍ରମଣକୁ ରୋକିବା ପାଇଁ ସଚେତତନା ସୃଷ୍ଟି କରାଯାଉଛି । କିନ୍ତୁ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ଏମ ଜୟରାମ ଏହାକୁ ଖାତିର ନକରି ବିରିୟାନୀ ବାଣ୍ଟିଛନ୍ତି ।ଅନେକ କଟକଣା ସତ୍ୱେ ସେ ନିଜ ଜନ୍ମଦିନକୁ ଧୂମଧାମରେ ପାଳନ କରିଥିଲେ । ସେ ଏକ ସରକାରୀ ସ୍କୁଲରେ ନିଜର ଜନ୍ମଦିନ ପାର୍ଟୀ ଦେଇଥିଲେ । କର୍ଣ୍ଣାଟକରେ କରୋନା ଭାଇରସ ଭୟାନକ ହେବାରେ ଲାଗିଛି । ରାଜ୍ୟରେ ୧୯୦ଜଣ ସଂକ୍ରମିତ ଥିବା ବେଳେ ୬ଜଣ ପ୍ରାଣ ହରାଇଛନ୍ତି ।

ଏତତ୍ ବ୍ୟତୀତ ଝାଡଖଣ୍ଡର କଂଗ୍ରେସ ବିଧାୟକ ଇରଫାନ ଅନସାରୀ ମଧ୍ୟ ସାମାଧିକ ଦୂରତାକୁ ଖାତିର ନକରି ଦଶ ଟଙ୍କା ଲେଖାଏଁ ବାଣ୍ଟିଥିଲେ ।

   Related Posts