Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଠଗଡ ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍‌ରେ ସାନି ମତଦାନ ଦାବି କରି ସିଇଓଙ୍କୁ ଭେଟିଲା ବିଜେପି ଟିମ୍

25/04/2019 at 3:05 PM

ଭୁବନେଶ୍ବର ୨୫|୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଆଠଗଡ ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ସାନି ମତଦାନ ପାଇଁ ଦାବି କରିଛି ବିଜେପି । ଏହି ୯ଟି ବୁଥ୍ ଉତ୍ତେଜନା ପ୍ରବଣ ହୋଇଥିଲେ ବି ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଥିଲା । ସିସିଟିଭି ଥିଲେ ବି ତାହା କାମ କରୁନଥିଲା । ତେଣୁ ସେହି ବୁଥରେ ରିଗିଂ ହୋଇଥିବା ଅଭିଯୋଗ ଆଣିଛି ବିଜେପି । କଟକ ବିଜେପି ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ବିଜେପି ଟିମ୍ ସିଇଓଙ୍କୁ ଭେଟି ସାନି ମତଦାନ ପାଇଁ ଦାବି କରିଛି ।

ସେପଟେ ପିସିସି ସଭାପତିଙ୍କୁ ଆକ୍ରମଣକୁ ନେଇ ସିଇଓଙ୍କୁ ଭେଟିଲା କଂଗ୍ରେସ । ପିସିସି ସଭାପତିଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଏବେ ଭଣ୍ଡାରିପୋଖରୀରେ ବୁଲୁଛନ୍ତି । ସେମାନଙ୍କୁ ଗିରଫ କରିବାକୁ ସିଇଓଙ୍କ ନିକଟରେ ଦାବି କଲା କଂଗ୍ରେସ ।

   Related Posts