Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଗାନ୍ଧି ଓ ଗଡସେ ପ୍ରସଙ୍ଗରେ ବିଧାନସଭାରେ ବିଜେପି – କଂଗ୍ରେସ ମୁହାଁମୁହିଁ

30/07/2019 at 7:34 PM

ଭୁବନେଶ୍ବର୩୦|୭: ଗାନ୍ଧି ହତ୍ୟାକାରୀ ନାଥୁରାମ ଗଡସେ ସହ ଆରଏସଏସ୍ ର ସଂପର୍କକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ଓ ବିଜେପି ମଧ୍ୟରେ ହଟ୍ଟଗୋଳ ହୋଇଛି।  ଗତ କାଲି ଏହି ବିବାଦ ବିଧାନସଭାରେ ମୁଣ୍ଡ ଟେକିବା ପରେ ଆଜି ପୁଣି ଏହାକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି ।

ଗାନ୍ଧି ଓ ଗଡସେ ପ୍ରସଙ୍ଗରେ ବିଧାନସଭାରେ ବିଜେପି – କଂଗ୍ରେସ ମୁହାଁମୁହିଁ । ଶୂନ୍ୟକାଳରେ ଆଜିପୁଣି ଏହି ଦୁଇଦଳର ନେତା ପରସ୍ପରକୁ ଆକ୍ଷେପ କରି ବିଧାନସଭାରେ ହଙ୍ଗାମା ମଚାଇଛନ୍ତି । ବାପୁଙ୍କର ୧୫୦ ତମ ଜୟନ୍ତୀ ପାଳନ ନେଇ ରାଜ୍ୟସରକାରଙ୍କ ଆନ୍ତରିକତା ଉପରେ ଗତକାଲି ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ରର ବିଜେପି ସରକାର ଉପରକୁ ଅଙ୍ଗୁଳି ଉଠାଇଥିଲେ । ଯାହାକୁ ତୁରନ୍ତ ବିରୋଧ କରିଥିଲେ ବିଜେପି ସଦସ୍ୟ ବିଷ୍ଣୁ ସେଠୀ ।

ମଣିଶଙ୍କର ଆୟାର ଓ ନବଜୋତ ସିଂ ସିନ୍ଧୁଙ୍କ ଉଦାହରଣ ଦେଇ ବିଷ୍ଣୁ ସେଠୀ କହିଥିଲେ କଂଗ୍ରେସ ହେଉଛି ଦେଶବିରୋଧି ମାନଙ୍କ ଦଳ । ଏହାର ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟଗୋଳ କରିବା ସହ ବିଧାନସଭା ବିବରଣୀରୁ ମଣିଶଙ୍କର ଆୟାର ଓ ନବଜୋତ ସିଂ ସିନ୍ଧୁଙ୍କ ନାମ କାଟିବାକୁ ଦାବି କରିଥିଲେ । ଯାହାକୁ ବିଜେପି ସଦସ୍ୟ ବିରୋଧ କରିଥିଲେ ।

ବିଜେପିର ଦାବି, ଯଦି ଗୃହର ବିବରଣିରୁ ଏହି ଦୁଇ ନେତାଙ୍କ ନାଁ କଟାଯିବ ତାହାଲେ ବିଗତ ଦିନରେ ଗୃହର ସଦସ୍ୟ ନଥିବା ଯେତେ ଲୋକଙ୍କ ନାଁ ଗୃହରେ ଉଠିଛି ସେମାନଙ୍କ ନାଁ ବି ଗୃହର ବିବରଣୀରୁ ବାଦ୍ ପଡୁ । ଏବଂ ବାଚସ୍ପତି ପ୍ରତିଶୃତି ଦିଅନ୍ତୁ ଆଗକୁ ଯେଭଳି ବିଧାନସଭା ଭିତରେ ଗୃହ ବାହାରର ସଦସ୍ୟଙ୍କ ଉପରେ କୌଣସି ଆଲୋଚନା ହେବନି । ବିଧାନସଭା ପରିଚାଳନା ବ୍ୟବସ୍ଥା ଦେଖି ରୁଲିଙ୍ଗ ଦେବେ ବୋଲି ବାଚସ୍ପତି ପ୍ରତିଶୃତି  ଦେବାପରେ ମାମଲା ଥଣ୍ଡା ପଡିଥିଲା ।

   Related Posts