ଦିବ୍ୟଶଙ୍କରଙ୍କ ବହିଷ୍କାର ଜିଦ୍‌ରେ ବିରୋଧୀ, ରାସ୍ତାକୁ ଓହ୍ଲାଇଲେ ବିଜେପି- କଂଗ୍ରେସ, ଏମିତି ସଫେଇ ଦେଲା ବିଜେଡି

Published By : Prameya-News7 Bureau | October 20, 2021 IST

ଭୁବନେଶ୍ଵର ୨୦।୧୦: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ପ୍ରିନସପାଲ ମମିତା ବେହେରା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ରାଜନୀତି ବଢିବାରେ ଲାଗିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଜିଦରେ ଅଡିବସିଛନ୍ତି ବିରୋଧୀ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ଡାକରା ଦିଆଯାଇଥିବା ବେଳେ କଂଗ୍ରେସ ପଦଯାତ୍ରା ସହ କେଗାଁ ଥାନା ଘେରାଓ କରିଥିଲା । ବିଜେପି ମହିଳାମୋର୍ଚ୍ଚା ଟିମ ଘଟଣା ସ୍ଥଳ ଅନୁଧ୍ୟାନ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପିଡୀତାଙ୍କ ପରିବାରକୁ ଭେଟିଛନ୍ତି । କଳାହାଣ୍ଡି ତାତିରେ ରାଜଧାନୀ ରାଜନୀତି ବି ଗରମ ହୋଇଛି । କଂଗ୍ରେସ ଓ ବିଜେପି ଟିମ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ସେପଟେ  ପ୍ରେସମିଟ କରି ବିଜେଡି ଜବାବ ରଖିଛନ୍ତି ।

କଳାହାଣ୍ଡିରୁ ବଲାଙ୍ଗିର, ପୁରୀରୁ ଭୁବନେଶ୍ବର। ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ।  ମନ୍ତ୍ରୀଙ୍କ ବହିଷ୍କାର ଜିଦରେ ହୋହାଲ୍ଲା ନାରାବାଜି କରିଛନ୍ତି। ମହାଲିଙ୍ଗ ଘଟଣାରେ ଆଜି ଦିନସାରା ରାଜ୍ୟ ରାଜନୀତି ହୁଲସ୍ତୁଲ ହୋଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିରୋଧୀ ବିଜେପି ଓ କଂଗ୍ରେସ ଗର୍ଜନ କରିଛନ୍ତି। । ବିଜେପି ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରିଛି । ଟାୟାର ଜାଳି ରାସ୍ତା ଅବରୋଧ କରିଛି। ବିଜେପି ମହିଳା ମୋର୍ଚ୍ଚା କର୍ମୀ ଭବାନୀପାଟଣା ସ୍ଥିତ ମନ୍ତ୍ରୀଙ୍କ ଘର ଆଗରେ ପ୍ରତିବାଦ କରିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି କରି ନାରାବାଜି କରିଛି।

{"id":530335,"sizeSlug":"full","linkDestination":"none"}

କଂଗ୍ରେସ ମଧ୍ୟ ମହାଲିଙ୍ଗ ଠାରୁ କେଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିଛି। କେଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ବନ୍ଦ ବିକ୍ଷୋଭ ପାଳନ ଯୋଗୁଁ କଳାହାଣ୍ଡିରେ ସାଧାରଣ ଜୀବନ ଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।  ଜିଲ୍ଲାର କିଛି ସ୍ଥାନରେ ବିଜେଡି ଓ ବିଜେପି କର୍ମୀ ମୁହାଁ ମୁହିଁ ମଧ୍ୟ ହୋଇଥିଲେ । ଏପରିକି ମନ୍ତ୍ରୀଙ୍କ ଘର ଆଗରେ ପଥର ମାଡ ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସେପଟେ ଘଟଣାରେ ବିରୋଧୀ ହୀନ ରାଜନୀତି କରୁଥିବା କହି ଜବାବ ରଖିଛି କଳାହାଣ୍ଡି ବିଜେଡି ।

କେବଳ କଳାହାଣ୍ଡି ନୁହେଁ ମମିତାଙ୍କ ଘର ବଲାଙ୍ଗିର କଣ୍ଟାବାଞ୍ଝି ଝରନି ଗାଁରେ ପହଁଚି ମମିତାଙ୍କ ପରିବାକୁ ଭେଟିଛନ୍ତି ବିରୋଧୀ।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୃତକ ମମିତାଙ୍କ ମାଆ ଓ ତାଙ୍କ ବାପାଙ୍କୁ ଭେଟି ସମବେଦନ ଜଣାଇବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଘଟଣାର ଏସାଇଟି ତଦନ୍ତ ଦାବି କରିଛନ୍ତି ନରସିଂହ । ସେମିତି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ବଲାଙ୍ଗୀରରେ ଏସପିଙ୍କ ସହ ଆଲୋଚନା କରିବା ପରେ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

{"id":530336,"sizeSlug":"full","linkDestination":"none"}

କଳାହାଣ୍ଡି ଓ ବଲାଙ୍ଗୀର ଘଟଣା ତାତିରେ ଗରମ ହୋଇଛି ରାଜଧାନୀ ରାଜନୀତି । ମମିତାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କ ନେଇ ବିରୋଧୀ ଗର୍ଜିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଏହି ହତ୍ୟା ଘଟଣାରେ  ଚିନ୍ତା ପ୍ରକଟ କରିଛନ୍ତି।  ଏହା ଏକ ସାଧାରଣ ଅପରାଧ ନୁହେଁ ଏଥିରେ ମୁଖ୍ୟମନ୍ତ୍ରୀ  ହସ୍ତକ୍ଷେପ କରିବାକୁ ସେ ଅପିଲ କରିଛନ୍ତି। ଆଜି ପୁରୀରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଜିଲ୍ଲା ବିଜେପ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ କରାଯାଛି।  ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଯୁବ କଂଗ୍ରେସ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଘେରିଥିଲେ। ସେହିପରି ମନ୍ତ୍ରୀଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ଟିମ ।

{"id":530337,"sizeSlug":"full","linkDestination":"none"}

ଘଟଣାକୁ ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଥିବାବେଳେ ଜବାବ ରଖିଛି ବିଜେଡି । ମମିତାଙ୍କ ପରିବାରକୁ ଦଳ ସମାବେଦନା ଜଣାଇଛି । ଏହି ମାମଲାର ତଦନ୍ତ  NIAରେ କାମ କରିଥିବା ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଅଭିଯୁକ୍ତ  ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୁକ୍ତ ସେମାନେ ବି ଦଣ୍ଡ  ପାଇବେ । ଘଟଣା ଘଟିଥିବା ଶିକ୍ଷାନୁଷ୍ଠାନର ଅନ୍ୟ  ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ  ବଦନାମ କରା ନ ଯାଉ । ପୋଲିସ ସବୁ ବେଳେ ନିରପେକ୍ଷ ଭାବେ କାମ କରୁଛି ଦୋଷୀ ଦଣ୍ଡ ପାଇବେ ବୋଲି କହିଛି ବିଜେଡି ।

କେବଳ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ନୁହେଁ ମହାଲିଙ୍ଗର ସନସାଇନ ସ୍କୁଲକୁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୩୨ ଲକ୍ଷ ଟଙ୍କା ଅନୁଦାନ ସହ ସରକାରୀ ଅନୁଦାନ କେମିତି ମିଳିଲା ସେ କଥା ମଧ୍ୟ ଉଠାଇଛନ୍ତି ବିରୋଧୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.