କାଳିଆ ଟଙ୍କା ଫେରସ୍ତ ପ୍ରସଙ୍ଗ : ଟଙ୍କା ଫେରାଅନି କହିଲା ବିଜେପି, ବିଜେଡି କହିଲା ବିରୋଧ ପାଇଁ ଅଭିଯୋଗ କରୁଛି ବିଜେପି
26/07/2020 at 3:07 PM

ଭୁବନେଶ୍ବର ୨୬।୭: ଓଡିଶା ସରକାର ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରାଇବାକୁ ଚିଠି କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ଭୋଟରେ ଜିତି ସରିବା ପରେ ଏ ନୀତି କାହିଁକି । ଚାଷୀମାନେ ଟଙ୍କା ନଫେରାଇବାକୁ ସେ କହିଛନ୍ତି । ଯେଉଁମାନେ ଚୟନ କରିଥିଲେ ସେମାନଙ୍କଠାରୁ ଆଦାୟ କରିବାକୁ ଦାବି କରିଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି, ବିରୋଧ କରିବା ପାଇଁ ଏଭଳି ଅଭିଯୋଗ ଆଣୁଛି ବିଜେପି ।
ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ନୋଟିସ୍ ଜାରି କରିଛି କୃଷି ବିଭାଗ । କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା । ତେବେ ଏମାନଙ୍କ ଭିତରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ସେଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଟଙ୍କା ଫେରାଇବା ଲାଗି ସେମାନଙ୍କ ପାଖକୁ ନୋଟିସ୍ ଯାଇଛି ।