Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସିଇଓଙ୍କୁ ଭେଟିଲେ ବିଜେପି ଓ ବିଜେଡିର ପ୍ରତିନିଧି ଦଳ

28/04/2019 at 4:24 PM

ଭୁବନେଶ୍ବର ୨୮|୪: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିଛି । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । କିନ୍ତୁ ଏବେ ବି ବିଜେଡିର ପ୍ରଭାବଶାଳୀ ନେତା ମାନେ କେନ୍ଦ୍ରାପଡାରେ ଡେରା ପକାଇଛନ୍ତି । ୯୭ ଜଣ ନେତା ଓ ମନ୍ତ୍ରୀ ସେଠାରେ ପ୍ରଚାର କରୁଛନ୍ତି । ଏପରିକି ସେମାନେ ପ୍ରଚାର କରି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । କିନ୍ତୁ ସେମାନଙ୍କୁ ସେଠାରୁ ବାହାର କରାଯାଉ ନଥିବା ବେଳେ ଅନ୍ୟପଟେ ସିଇଓ ଏନେଇ ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି ବୋଲି ସୂଚନା ଦେଇଛି ବିଜେପି ।

ଅନ୍ୟପଟେ ବିଜେଡି ମଧ୍ୟ ଫେରାଦ ହୋଇଛି ସିଇଓଙ୍କ ନିକଟରେ । ବୈଜୟନ୍ତଙ୍କ ବିରୋଧରେ ପୁଣି ଗର୍ଜିଛି ବିଜେଡି । କେନ୍ଦ୍ରାପଡାରେ ବିଜେପି ସୋସିଆଲ ମିଡିଆ, ଭଏସ୍ କଲ୍ ଓ ଭିଡିଓ ମାଧ୍ୟମରେ ଜାରି ରଖିଛି ପ୍ରଚାର । ସାଇଲେଣ୍ଟ ପିରିୟଡରେ ପ୍ରଚାର କରିବା ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ କରିଛି ବିଜେଡି । ଏଥିସହ ଏବେବି କେନ୍ଦ୍ରାପଡାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଅନେକ ପ୍ରତିନିଧି  ରିପୋଟିଂ କରି ଲୋକଙ୍କୁ  ପ୍ରଭାବିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ତେବେ ଏନେଇ ସିଇଓଙ୍କୁ ଭେଟିଛି ବିଜେଡିର ୩ ଜଣିଆ ପ୍ରତିନିଧି ଦଳ ।

   Related Posts