Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଆରମ୍ଭ ହେଲା ବିଜେଡି – ବିଜେପି ମଧ୍ୟରେ କାଦୁଅ ଫିଙ୍ଗା

ଭୁବନେଶ୍ବର୧୩|୪: ଜଟଣୀ ଦୁଷ୍କର୍ମ  ହତ୍ୟା ମାମଲାରେ ରାଜନୈତିକ ଦଳ  ମଧ୍ୟରେ  ଆରମ୍ଭ ହୋଇଯାଇଛି  ଆରୋପ  ପ୍ରତ୍ୟାରୋପ । ବିଜେପି ଏହି ଘଟଣାରେ ବିଜେଡି ସରକାରକୁ କାଠଗଡାରେ ଠିଆ କରାଇଛି । ଆଉ ବିଜେଡି କହିଛି ବିଜେପିର ଏହା ପାରମ୍ପରିକ ଅଭିଯୋଗ ।

ଜଟଣୀ ନାବାଳିକା ଦୁଷ୍କର୍ମ  ଓ  ହତ୍ୟା  ମାମଲାରେ ବିଜେଡିକୁ ସିଧା ସଳଖ ଦାଇ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର କର୍ମିମାନେ ଘଟଣା ଘଟିବା ପରେ ଥାନା ଭିତରକୁ ପଶି ଯେଉଁଭଳି ଭାବରେ ମ଼ୃତ ଶିଶୁର ବାପାକୁ ମାଡ ମାରିଲେ ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଏମାନେ ଏହି ଘଟଣାକୁ କିଭଳି ଭାବେ ଦେଖିଥିଲେ । କେବଳ ସେତିକି ନୁହେଁ ଥାନା ଭିତରେ ପୋଲିସ ସମୁଖରେ ମଧ୍ୟ ସେମାନେ ମାଡମାରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କହିଛନ୍ତି ଧର୍ମେନ୍ଦ୍ର । ବିଜେଡି  ନେତାଙ୍କ ଆକ୍ରମଣ ଘଟଣାରେ ଲୋକେ ଅତିଷ୍ଟ । ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଜେଡି କର୍ମିମାନେ ବିଜେପି ପ୍ରଚାରକ ଓ ସାସଂଦ ବିଧାୟକ ପ୍ରାର୍ଥିଙ୍କ ଉପରକୁ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏଭଳି ଘଟଣା ଘଟିବା ଉଚିତ ନୁହେଁ । ସାଧାରଣ ଲୋକେ ବିଜୁ ଜନତା ଦଳର ବୁଲେଟ ମାଡକୁ ବାଲାଟରେ ଜବାବ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 ସେପଟେ ଏହି  ଦୁଇଟି ଘଟଣାରେ ବିଜେଡିର କୌଣସି ସଂପ଼କ୍ତି ନାହିଁ ବୋଲି କହିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ତାଙ୍କର କହିବା କଥା ଗଞାମରେ ବିଜେପିର ଗୁଣ୍ଡା ବାହିନି ଆମର ଜଣେ ସରପଞ୍ଚକୁ ଗୋଡେଇ ଗୋଡେଇ ହାଣି ହତ୍ୟା କରିଥିଲେ । ଆଉ ବିଜେପି ଟିଟୋ ଭଳି ଗ୍ୟାଙ୍ଗଷ୍ଟାରକୁ ପ୍ରତ୍ସାହନ ଦେବାପାଇଁ ତା ପରିବାର ନାଁରେ ପେଟ୍ରୋଲ ଟାଙ୍କି କରାଇଦେଇଥିଲେ । ଯାହାର ସିଧା ସଳଖ ଉତ୍ତର ଧର୍ମେନ୍ଦ୍ରଙ୍କ ପାଖରେ ନାହିଁ ।

 ତେବେ ଶନିବାର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିସାରିଛି । ଆଉ ବିଜେପିର ଏକ ପ୍ରତିନିଧି ଦଳ ମ଼ତ ଶିଶୁ ଘରେ ପହଁଚି ଆଶ୍ବାସନା ଦେଇଆସିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥି ସୁର ରାଉତରାୟ ମ଼ତ ଶିଶୁ ପରିବାରକୁ ୩୦ ହଜାର ଟଙ୍କା ଦେଇ ନିଜର ମହାନତା ଦେଖାଇଛନ୍ତି ।

297 Views

   ସମ୍ବନ୍ଧିତ ଖବର