Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପୋଲିସ ଉପରେ ଗର୍ଜିଲା ବିଜେପି, ନେତାଙ୍କ ଅଭିଯୋଗ- ଭଦ୍ରକ ପୋଲିସର ସରକାରୀ ଦଳକୁ ବେଶୀ ଦରଦ

5/07/2020 at 3:09 PM

ଭଦ୍ରକ, ୦୫|୦୭: ପୋଲିସ ଶୁଣୁନି । ବିନା କାରଣରେ ବିଜେପି ସମର୍ଥକଙ୍କୁ ଗିରଫ କରୁଛି  । ଏହି ଅଭିଯୋଗ ଆଣିଛି  ଭଦ୍ରକ ଜିଲ୍ଲା ବିଜେପି । ଏହାସହ ଏକ ସମ୍ବାଦିକ ସମ୍ମିଳନୀ କରି ପୋଲିସ ଉପରେ ଦୋଷ ଲଦିଛି । ତେବେ ପୋଲିସ  ନିରପେକ୍ଷ ହେଉ ବୋଲି କହିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ଚାନ୍ଦବାଲି ଥାନା ବୋରିଝୋଳ ଗାଁରେ ରାଜନୈତିକ ଶତ୍ରୁତା ଯୋଗୁଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । କିନ୍ତୁ ପୋଲିସ ଯୋଜନାବଦ୍ଧ ଭାବେ ବିଜେପି ସମର୍ଥକଙ୍କୁ ଗିରଫ କରିଥିବା ବେଳେ ସରକାରୀ ଦଳର ସମର୍ଥକଙ୍କୁ ଗିରଫ କରିନାହିଁ  । ସମାନ ଭାବରେ ଭଦ୍ରକ ଜିଲ୍ଲାରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପୋଲିସ ଶାସକ ଦଳର ହାତବାରିସୀ ସାଜିଥିବା ଅଭିଯୋଗ କରିଛି ବିଜେପି ।

ପୋଲିସର ଏହିଭଳି କାର୍ଯ୍ୟକଳାପ ବିରୋଧରେ ବିରୋଧୀଦଳ ଉପନେତାଙ୍କ ସହ ବଜେପିର ଏକ ଟିମ୍ ଭଦ୍ରକ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏବେ ପୋଲିସକୁ ନିରପେକ୍ଷ ହେବା ସହ ସରକାରୀ ଦଳ ପ୍ରତି ଦରଦ ମନୋଭାବ ଛାଡିବା ପାଇଁ  ଦଳ କହିଛି । ପୋଲିସର ଏହିଭଳି ବ୍ୟବହାର ପାଇଁ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ , ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସହ ଅନେକ ଦଳୀୟ ନେତା ଉପସ୍ଥିତ ଥିଲେ ।

   Related Posts