ମିଶନ୍ ୧୨୦ ପ୍ଲସ୍ ବିଫଳତାର ସମୀକ୍ଷା କରିବ ବିଜେପି

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: ଓଡ଼ିଶାରେ କାହିଁକି ଫେଲ୍ ମାରିଲା ଶାହାଙ୍କର୧୨୦ ପ୍ଲସ୍ ମିଶନ୍ ତାକୁ ନେଇ ହେବ ସମୀକ୍ଷା । ମୋଦିଙ୍କ ଶପଥଗ୍ରହଣ ପରେ ଭୁବନେଶ୍ବରରେ ଏନେଇ ସମୀକ୍ଷା ବୈଠକ ବସିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । କେଉଁଠି ତ୍ରୁଟି ରହିଲା ସେନେଇ ଏହି ବୈଠକରେ ଦଳ କାରଣ ଖୋଜିବ ।

ସେହିପରି ଦଳର ପ୍ରଦର୍ଶନ ବିଧାନସଭାରେ ଚିନ୍ତାଜନକ ବୋଲି କହିଛନ୍ତି କେନ୍ଦୁଝରର ବିଜେପି ବିଧାୟକ ମୋହନ ମାଝୀ । ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନାରେ ତ୍ରୁଟି ଓ ସଠିକ୍ ସମନ୍ବୟ ଅଭାବରୁ ଦଳ ଫେଲ୍ ମାରିଥିବା କହିଛନ୍ତି ମୋହନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.