ତୃତୀୟ ପର୍ଯ୍ୟାୟରେ ବିଜେଡି ୩୫ରୁ ଅଧିକ ନିର୍ବାଚନ ମଣ୍ଡଳୀର ୪୦୦ରୁ ଅଧିକ ବୁଥ୍ ରିଗିଂ ଓ କ୍ୟାପଚରିଂ କରିଛି : ବିଜେପି

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର ୨୬|୪:  ଶାସକ  ବିଜେଡିକୁ  ଘାରିଛି  ପରାଜୟର  ଭୟ  । ରାଜ୍ୟର ସବୁଆଡେ ଏବେ ବୋହୁଥିବା ବିଜେଡିର ପ୍ରତିକୂଳ ହାଓ୍ବାକୁ ସାମ୍ନା କରିପାରୁନି ବିଜୁ ଜନତା ଦଳ । ସେଥିପାଇଁ ବିଜେଡି ନିର୍ବାଚନୀ ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣାଇଛି । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୪୨ ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ୪୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଙ୍ଗି ଓ କ୍ୟାପଚରିଙ୍ଗ କରିଛି । କଟକ ଲୋକସଭା ନିର୍ବାଚନ  ମଣ୍ଡଳୀର  କଟକି  ସାହିର  ୧୬୬,   ଜେନାପୁରର  ୧୭୧,  ଦୋରଡାର ୧୨୪, ସାଥିଲୋର ୧୦୦, ୧୬୭, ଅନନ୍ତପୁର ୨୨୭, ୨୮୨ ଏବଂ କମାରପୁରର ୨୩୧ ଏହି ବୁଥ୍ମାନଙ୍କରେ  ବିଜେଡି ଦଳ ବୁଥ୍ ରିଗିଂ, କ୍ୟାପଚରିଂ, ବିଜେପି ପୋଲିଂ ଏଜେଂଟ ମାନଙ୍କୁ ବୁଥ୍ ଭିତରେ ପ୍ରବେଶ କରାଇ ନଦେବାରୁ ସ୍ପଷ୍ଟ ବାରି ହୋଇପଡୁଛି କି ବିଜେଡି ଭୟଭୀତ ହୋଇପଡିଛି । ଶାସକ ଦଳର ଗୁଣ୍ଡା ଏବଂ ସରକାରୀ କଳର ଅପବ୍ୟବହାର କରି  ବିଜେଡି ନେତା ଓ କର୍ମୀମାନେ ନିର୍ବାଚନକୁ ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଛନ୍ତି । ଆଜି ରାଜ୍ୟ ଉପସଭାପତି ସମୀର  ମହାନ୍ତିଙ୍କ  ନେତୃତ୍ବରେ  ଏକ ପ୍ରତିନିଧି ଦଳ ରାଜ୍ୟ  ମୁଖ୍ୟ  ନିର୍ବାଚନ  ଅଧିକାରୀଙ୍କ ପାଖରେ ଏହି  ବୁଥ୍ ଗୁଡିକରେ ପୁର୍ବବାର ସାନି ମତଦାନ କରିବାକୁ ଦାବି କରାଯାଇଛି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ରାଜ୍ୟର ପ୍ରାୟ ସମସ୍ତ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଶାସକ ବିଜେଡି ଦ୍ବାରା ଭୋଟରମାନଙ୍କୁ ଜବରଦସ୍ତି ଦେବାକୁ ଉଦ୍ୟମ କରି ଅନେକ ଯାଗାରେ ସଫଳ ମଧ୍ୟ ହୋଇଛନ୍ତି । କେନ୍ଦୁଝର ବିଧାନସଭା ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୧୪୯, କଂଟାମାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୧୨୩,  ଛେଣ୍ଡିପଦା ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ୍ ନମ୍ବର ୮୫, ସତ୍ୟବାଦୀ ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ୍ ନମ୍ବର ୧୦୧, ୧୦୭, ୧୦୮, ୮୭, ୯୦, ୧୦୯, ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ନମ୍ବର ୨୨୨, ଆଠଗଡ ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ଏବଂ ୧୬୬, ୧୭୧, ୧୨୪, ୯୦, ୧୦୦ ,୧୬୭ , ୨୨୭, ନମ୍ବର ୨୨୮ ଏବଂ ୨୩୧, ନୟାଗଡ ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୬୧, ୬୨, ୫୮, ୧୯, ୧୪୧, ୨୨୮ ରେ ମଧ୍ୟ ବୁଥ୍ କ୍ୟାପଚରିଂ ହୋଇଛି । ସେହିପରି  ଢେଙ୍କାନାଳ  ବିଧାନସଭା  ନିର୍ବାଚନୀ  ମଣ୍ଡଳୀ   ଗୁନ୍ଦୁରାପୋଷି  ବୁଥ୍  ନମ୍ବର  ୧୦୭, ରେଙ୍ଗାଲି ବିଧାନସଭା ନିର୍ବାଚନୀ ମଣ୍ଡଳୀ   ଦୁବେନଛପାଲ୍ ବୁଥ୍ ନମ୍ବର ୮, ବଡମ୍ବା, ବାଙ୍କି, ବାରବାଟି,  ସମ୍ବଲପୁର,  ତେଲକୋଇ,  ହିନ୍ଦୋଳ  ଏବଂ  ଆନନ୍ଦପୁର  ବିଧାନସଭା  ନିର୍ବାଚନୀ ମଣ୍ଡଳୀରେ ଭୋଟ୍ ବେଳେ ଟଙ୍କା ବାଟିଂବା ସହ ତାଲଚେର ବିଧାନସଭା ନିର୍ବାଚନୀ ମଣ୍ଡଳୀର ହରିଚନ୍ଦନପୁର ବୁଥ୍ ନମ୍ବର ୩୮ରେ ଭୋଟରଙ୍କୁ ବିଜେଡି ତରଫରୁ ମଦ ବଟାଂଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ଏହି ଘଟଣା ତୁରନ୍ତ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ପାଖରେ ଦଳ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.