ପାଟଣାଗଡ ବିଧାୟକ ଜେଇଙ୍କୁ ବସଉଠ କରିବା ଘଟଣା : ଆଇନ ତା ବାଟରେ ଯାଉନଥିବା ଅଭିଯୋଗ ଆଣିଲା ବିଜେପି

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦|୬: ପାଟଣାଗଡ ବିଧାୟକ ସରୋଜ ମେହେର ଜେଇଙ୍କୁ ବସଉଠ କରିବା ଘଟଣାରେ ଆଇନ ତା ବାଟରେ ଯାଉ ନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଜାଣିଶୁଣି କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରାଯାଉଛି । ବିଧାୟକଙ୍କୁ ଆଗୁଆ ଜାମିନ୍ ମିଳିବାକୁ ପୋଲିସ ଅପେକ୍ଷା କରିଛି କି ବୋଲି ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ହିସାବରେ ବିଧାୟକଙ୍କୁ ଗିରଫ ହେବାରୁ ବଞ୍ଚାଉଛନ୍ତି ଏବଂ କୋର୍ଟରୁ ଯାଇ ବେଲ୍ ଆଣିବାକୁ ତାଙ୍କୁ ସମୟ ଓ ସୁଯୋଗ ଦେଉଛନ୍ତି ବୋଲି ବିଜେପି କହିଛି ।

ନିରୀହ ଆଦିବାସୀ ଯୁବକ ଉପରେ ହୋଇଥିବା ଅନ୍ୟାୟକୁ ଅସମ୍ମାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଦଳର ବିଧାୟକର ଅପରାଧକୁ ଘଣ୍ଟ ଘୋଡାଉଛନ୍ତି  l ଘଟଣାକୁ ୧୪ ଦିନ ହେଲାଣି, କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ବିଜେପି କହିଛି । ବିଧାୟକ ସରୋଜ ମେହେରଙ୍କ ଆଚରଣ ପବିତ୍ର ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛି l ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ବିଜେପି ଦାବି କରିଛି । ସେ ଦୋଷୀ ବୋଲି ରିପୋର୍ଟ ଆସିବା ପରେ ବି କାହିଁକି ବିଳମ୍ବ କରାଯାଉଛି ମୁଖ୍ୟମନ୍ତ୍ରୀ ଏ ବିଷୟରେ ଉତ୍ତର ରଖିବା ଦରକାର ।

ଅନ୍ୟପଟେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗ ପୋଲିସ କାହିଁକି ଏ ଯାଏଁ କାର୍ଯ୍ୟନୁଷ୍ଠାନ ନେଉନି । ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ ବୋଲି ବିଜେପି କହିଛି । ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଦରକାର ଲେଖାଶ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.