ବିଜେପିର ଅଭିଯୋଗ : ରାମ୍କୋ କମ୍ପାନୀକୁ ଘଣ୍ଟ ଘୋଡାଉଛନ୍ତି ସରକାର
20/12/2019 at 2:44 PM

ଭୁବନେଶ୍ବର ୨୦।୧୨: ରାମକୋ କମ୍ପାନୀ ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା ବିଜେପି । ହରିଦାସପୁର ସମେତ ସ୍ଥାନୀୟ ୩ଟି ପଞ୍ଚାୟତରେ ଚଞ୍ଚକତା କରି ଶହ ଶହ ଏକର ଜମି ନେଇ ସିମେଣ୍ଟ କାରଖାନା କରିବାକୁ କମ୍ପାନୀ ଯୋଜନା ରଖିଥିବାରୁ ସରକାର ଏହାକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।
ସେହିପରି ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟ ଜନକ ମୃତ୍ୟୁ ସହ ରାମକୋ କମ୍ପାନୀର ସମ୍ପର୍କ କଣ ସରକାର ଜାଣିଶୁଣି ତାର ଖୁଲାସା କରିନାହାନ୍ତି । ଏ ପର୍ଯ୍ୟନ୍ତ ରଙ୍ଗଶାଳାକୁ ମଧ୍ୟ ଭଙ୍ଗାଯାଇନାହିଁ । ସରକାର ଶୀଘ୍ର ଏ ବାବଦରେ କୌଣସି ପଦକ୍ଷେପ ନନେଲେ ବିଜେପି ହାଇକୋର୍ଟର ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।