Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଇଭିଏମ୍ ଟାମ୍ପରିଂ ଅଭିଯୋଗ : ଷ୍ଟ୍ରଙ୍ଗରୁମ୍ ସାମ୍ନାରୁ ଜଣେ ଇଞ୍ଜିନିୟରଙ୍କୁ କାବୁ କଲେ ବିଜେପି କର୍ମୀ

27/04/2019 at 8:40 AM

କେନ୍ଦୁଝର ୨୭|୪: କେନ୍ଦୁଝରରେ ଷ୍ଟ୍ରଙ୍ଗ ରୁମ୍ ରେ ଥିବା ଇଭିଏମ୍ ମେସିନ ଟାମ୍ପରିଂ ଅଭିଯୋଗ ହୋଇଛି । ରାତି ଅଧରେ ଇଭିଏମ୍ ରହୁଥିବା ଓଏସ୍ଏମ୍ଇ ସ୍କୁଲ ପରିସରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଇିଂଜିନିୟରକୁ କାବୁ କରାଯାଇଛି । ଆଉ ୪ଜଣ ଅଜ୍ଞାନ୍ତ ବ୍ୟକ୍ତି ଦୌଡି ପଳାଇବା ଅଭିଯୋଗ ହୋଇଛି ।

କେନ୍ଦୁଝରରେ ଥିବା ଷ୍ଟ୍ରଙ୍ଗ ରୁମ୍ ରେ ଗତକାଲି ରାତିଅଧରେ ଇଭିଏମ୍ ମେସିନ୍ ଟ୍ୟାମ୍ପରିଂ ଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ରାତିଅଧରେ ଇଭିଏମ୍ ରହୁଥିବା ଓଏସ୍ଏମ୍ଇ ସ୍କୁଲ ପରିସରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଜଣେ ଇିଂଜିନିୟରଙ୍କୁ କାବୁ କରି ପୋ।ଲିସର ଜିମା ଦେଇଛି ବିଜେପି । ଏହାସହ ଆଉ ୪ଜଣ ଅଜ୍ଞାନ୍ତ ବ୍ୟକ୍ତି ଦୌଡି ପଳାଇବା ଅଭିଯୋଗ ମଧ୍ୟ କରିଛି ।

ବିଜେପି ଦଳର ଅଭିଯୋଗ ଅନୁସାରେ ସେମାନେ ପ୍ରତିଦିନ ଇଭିଏମ୍ ମେସିନ ଟ୍ୟାମ୍ପରିଂ ହେବାର ସମ୍ଭାବନା ସନ୍ଦେହରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବ।ଚନ ମଣ୍ଡଳିର ଇଭିଏମ୍ ରହୁଥିବା ଓଏସ୍ଏମ୍ଇ ସ୍କୁଲ ଉପରେ ଦିନ ରାତି ୨୪ ଘଣ୍ଟା ନଜର ରଖିବା ସହ ଚାରିପଟେ ରାତିସାରା ପଇଁତରା ମାରନ୍ତି । ଗତକାଲି ରାତି ପ୍ରାୟ ୧୨ରୁ ୧ଟା ମଧ୍ୟରେ କିଛି ଲୋକ ଓଏସ୍ଏମ୍ଇ ସ୍କୁଲ ପରିସରରେ ଇଭିଏମ୍ ରହୁଥିବା ଷ୍ଟ୍ରଙ୍ଗ୍ ରୁମ୍ ପାଖାପାଖି ବୁଲାବୁଲି କରୁଥିବାର ଦେଖିବାକୁ ପାଇଥିଲେ । ଏକ ବୋଲରୋ ଗାଡିରେ ମଧ୍ୟ କିଛି ଲୋକ ବସିଥିଲେ । ସେହି ବୋଲେରୋ ଗାଡିର ଆଗରେ ବନ ବିଭାଗର ଏକ ଚିଠି ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଛି ।

ବିଜେପିର କର୍ମକର୍ତ୍ତାମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ କେତେଜଣ ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବାବେଳେ ଜଣକୁ ସେମାନେ ଧରିବାରେ ସଫଳ ହୋଇଥିଲେ । କାବୁ କରିଥିବା ବ୍ୟକ୍ତି ଜଣକ ହେଲେ ଆଶାପ୍ରଦୀପ ମହାନ୍ତି ଓ ସେ ଜଣେ ଇଂଜିନିୟର ବୋଲି ନିଜେ ସ୍ବୀକାର କରିଛନ୍ତି  ।  ସେ ମାଇନିଂ ସ୍କୁଲକୁ କିଛି କାମରେ ଆସିଛନ୍ତି ଓ ସ୍କୁଲ ଆଡମିନଷ୍ଟ୍ରେସନର ଅନୁମତିରେ ଏଠାରେ ରହୁଥିବା କହିଛନ୍ତି । ପରେ ଘଟଣାସ୍ଥଳରେ ରାତିରେ ପୋଲିସ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ସଦର ଏସଡିପିଓ କହିଛନ୍ତି  । 

   Related Posts