ଦାରୁ ଫିକ୍ସିଂ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି ; ଷଡଯନ୍ତ୍ରକାରୀ ବିଜେଡିର ଜଣେ ନେତା ବୋଲି କହିଲା ବିଜେପି

Published By : Prameya-News7 Bureau | November 15, 2018 IST

ଭୁବନେଶ୍ବର ୧୫|୧୧:  ଦାରୁ ଫିକ୍ସିଂ ନେଇ ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛିନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ଦାରୁ ଫିକ୍ସିଂରେ ଧାର୍ମିକ ଓ ଅର୍ଥନୈତିକ ଷଡଯନ୍ତ୍ର ହୋଇଛି । ଦାରୁ ଚୟନ ଷଡଯନ୍ତ୍ରର ରଚନାକାରୀ ଓ ଯୋଗସୂତ୍ରକାରୀ କିଏ ବୋଲି ପ୍ରଶ୍ନ କରିଛି ବିଜେପି । କୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇସି ଏହାର ତଦନ୍ତ କରୁ । ନିଜଆଡୁ ସରକାର ସିବିଆଇକୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଷଡଯନ୍ତ୍ରକାରୀ କିଏ ବୋଲି ଇଙ୍ଗିତରେ କହିଛନ୍ତି ପୀତାମ୍ବର । ଷଡଯନ୍ତ୍ରକାରୀ ବିଜେଡିର ଜଣେ ନେତା । ନିଜକୁ ସେ ଜଗନ୍ନାଥ ଭକ୍ତ ବୋଲି କୁହନ୍ତି । ଦାରୁ କେଉଁଠୁ ମିଳିଥିଲା ଆପଣ ଜାଣନ୍ତି । ତାଙ୍କ ଗାଁ କେଉଁଠି ଆପଣ ଜାଣନ୍ତି । ସେ ପଇସା ଦେଇ ରତ୍ନବେଦୀ ପାଖକୁ ଯାଆନ୍ତି ବୋଲି ପୀତାମ୍ବର ପ୍ରେସମିଟରେ କହିଛନ୍ତି । ସେପଟେ ଦାରୁ ଫିକ୍ସିଂ ଅଭିଯୋଗ ଉପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ଦାବି କରିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.