Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନା ସଙ୍କଟ ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନରେ ଚଞ୍ଚକତା ଅଭିଯୋଗ ଆଣିଲା ବିଜେପି

13/05/2020 at 4:08 PM

ଭଦ୍ରକ ୧୩।୫: କାରୋନା ମହାମାରୀ ସଙ୍କଟ ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନରେ ଚଞ୍ଚକତା କରାଯାଇଥିବା ବିଜେପି ଅଭିଯୋଗ ଆଣିଛି ।  କାରୋନା ସମୟରେ ସମସ୍ତଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଚାଉଳ, ଡାଲି, ଉଜ୍ଵଳା ଗ୍ୟାସର ମଧ୍ୟ ସୁବିଧା କରିଛନ୍ତି କେନ୍ଦ୍ର ସରକାର । ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ କେତେକ ମୁଷ୍ଟିମେୟ ଲୋକ ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦେଇ ନିର୍ଦ୍ଧିଷ୍ଠ ଦଳୀୟ ସମର୍ଥକଙ୍କୁ ଏଥିରେ ସାମିଲ କରିବା ନେଇ ଚେଷ୍ଟା ହେଉଥିବା ଅଭିଯୋଗ ଆଣିଛି ବିଜେପି । ଏବେ ମଧ୍ୟ କେତେକ ଅଯୋଗ୍ୟ ହିତାଧିକାରୀ ରାଜନୈତିକ ଚାପରେ ସୁବିଧା ପାଉଛନ୍ତି ।

ସେହିପରି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଓ କାଳିଆ ଯୋଜନାରେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ସରକାର ପରିପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । କାରୋନା ସ୍ଥିତି ସୁଧୁରିବା ପରେ ବିଜେପି ଏହି ଚଞ୍ଚକତା ବିରୋଧରେ ସ୍ଵର ଉତ୍ତୋଳନ କରିବା ବୋଲି କହିଛି । ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମଳନୀରେ କାରୋନାର ନିୟମ ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୁରତ୍ଵକୁ ଧ୍ୟାନ ଦିଆଯାଇଥିଲା ।

   Related Posts