ପ୍ରଥମ ପର୍ଯ୍ୟାୟର ବୁଥ୍ ରିଗିଂ ଏବଂ କ୍ୟାପଚରିଂ ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେଲା ବିଜେପି

Published By : Prameya-News7 Bureau | April 16, 2019 IST

ଭୁବନେଶ୍ବର ୧୬|୪: ଚିକିଟି ବିଧାନସଭାରେ ୫ଟି  ବୁଥ୍ ୮୧-ହରିପୁର, ୮୨  ଏବଂ  ୮୩- ଯାଟିପଦର, ୧୩୮-ଗୋବିନ୍ଦଚନ୍ଦ୍ରପୁର,୧୪୭-ମଇସାନପୁରରେ ବିଜେଡି କର୍ମକର୍ତ୍ତା ଏବଂ ନେତାମାନେ ବୁଥ୍ ରିଗିଂ ଓ କ୍ୟାପଚରିଂ ହୋଇଥିବା ଅଭିଯୋଗ ହୋଇଥିଲା । ସେଠାରେ ସାନି ମତଦାନ ଦାବି ନେଇ ରାଜ୍ୟ ବିଜେପି ଏକ ଦାବି ପତ୍ର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି  ।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଶାସକ ଦଳକୁ ସୁହାଇଲା ଭଳି ଥିଲା ବୋଲି ବିଜେପି ଅଭିଯୋଗ ଆଣିଛି । ଚିକିଟି   ବିଜେପି   ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ ଉପରେ ବିଜେଡିର ଗୁଣ୍ଡମାନେ ଆକ୍ରମଣ କରିଥିଲେ । ସେଠାରେ  ବୁଥ୍ ରିଗିଂ,  କ୍ୟାପଚରିଂ, ପୋଲିଂ  ଏଜେଣ୍ଟମାନଙ୍କୁ  ବୁଥ୍  ଭିତରେ  ପ୍ରବେଶ  କରାଇ ନଦିଆଯିବା ସହ କେତେକ ସ୍ଥାନରେ ଭୋଟରମାନେ ତାଙ୍କ  ମତ   ଅଧିକାର ସାବ୍ୟସ୍ତ କରିପାରିନାହାଁନ୍ତି । ଶାସକ ଦଳର ଗୁଣ୍ଡା ଏବଂ ସରକାରୀ କଳର ଅପବ୍ୟବହାର କରି ବିଜେଡି ନିର୍ବାଚନକୁ ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଚିକିଟିର  ବିଜେପି  ବିଧାୟକ  ପ୍ରାର୍ଥୀ  ଉପ  ନିର୍ବାଚନ  ଅଧିକାରୀ  ଏବଂ  ପୋଲିସ  ଏସିପିଙ୍କୁ  ଭେଟି  ଚିକିଟି ନିର୍ବାଚନ ମଣ୍ଡଳୀର ୧୫ଟି ବୁଥରେ ରିଗିଂ କରାଯାଇଥିବାର ଅଭିଯୋଗ କରିଥିଲେ  । ବିଜେପିର ପ୍ରତିନିଧି ଦଳ ସେଥିରୁ ୫ଟି ବୁଥରେ ସାନି ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.