Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଏବଂ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି

15/11/2018 at 5:09 PM

ଭୁବନେଶ୍ବର ୧୫|୧୧:  ‘ମୋ ଜାଗା’ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଏବଂ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଗତ ମେ ୭ରେ ମୁଖ୍ୟମନ୍ତ୍ରୀ ଛତ୍ରପୁରଠାରେ ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇଦେବାକୁ କହିଥିଲେ । ପ୍ରକାଶିତ ବିଜ୍ଞାପନରେ ୧ ବର୍ଷ ମଧ୍ୟରେ ୨୫୦୦ ସହରାଂଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ବ୍ରହ୍ମପୁରରେ ୨ ହଜାର ଲୋକଙ୍କୁ ପଟ୍ଟା ବାଣ୍ଟିଥିଲେ ତାହା ମିଳିଲାଣି କି ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଥ୍ରୀ-ଟିରେ ବିଶ୍ବାସ କରୁଛନ୍ତି । ଟେକ୍ନୋଲୋଜି ବ୍ୟବହାର କରି ଏହି ୨୦୦୦ ଲୋକଙ୍କ ନାଁ ତାଲିକା ୱେବସାଇଟ୍ ଦିଅନ୍ତୁ ବୋଲି ବିଜେପି କହିଛି ।

ଗତ ମେ ୭ରେ ବ୍ରହ୍ମପୁରରେ ସରକାର କହିଥିଲେ ୧୦ ଲକ୍ଷ ହିତାଧିକାରୀଙ୍କୁ ଜମି ପଟ୍ଟା ଦେବେ ବୋଲି । ଆଜି ବିଜ୍ଞାପନ ଦେଇଛନ୍ତି ୧୮ ଲକ୍ଷ ହିତାଧିକାରୀଙ୍କୁ ଜମିପଟ୍ଟା ବାଣ୍ଟିବେ । ଏତେଦିନ ମଧ୍ୟରେ ଅଧିକ ୮ ଲକ୍ଷ ହିତାଧିକାରୀ କେଉଁଠୁ ଆସିଲେ । ଏହାର ଚୟନ ପ୍ରକ୍ରିୟା କଣ । କେଉଁ ମ୍ୟୁନିସିପାଲିଟିର କେଉଁ ବସ୍ତିର କେଉଁ ହିତାଧିକାରୀଙ୍କୁ ଚୟନ କରାଯାଇଛି । ରାଜ୍ୟସରକାର ଗୋଟିଏ ପଟେ ପଟ୍ଟା ସଂଖ୍ୟାକୁ ନେଇ ମିଛ କହି ଦିନରେ ଲଣ୍ଠନ ଦେଖାଉଛନ୍ତି ଓ ଅପର ପକ୍ଷରେ ହିତାଧିକାରୀ ଚୟନ ସମ୍ପୂର୍ଣ୍ଣ ବିବାଦାସ୍ପଦ ବୋଲି ପ୍ରେସମିଟରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

   Related Posts