Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ତାମିଲନାଡୁରେ ଜାରି ରହିବ BJP-AIADMK ମେଣ୍ଟ, ପନିର ସିଲଭମ କହିଲେ ଏକାଠି ଲଢିବେ ବିଧାନସଭା ନିର୍ବାଚନ

21/11/2020 at 10:02 PM

ଚେନ୍ନାଇ ୨୧।୧୧:   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ତାମିଲନା଼ଡୁ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସଂଯୋଜକ ଓ ପନିର ସିଲଭମ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାମିନାଡୁରେ ବିଜେପି  ସହ ଏଆଇଏଡିଏମକେ ମେଣ୍ଟ ଆଗକୁ ମଧ୍ୟ ଜାରି ରହିବ। ଉଭୟ ଦଳ ଆଗାମୀ ବିଧାନସଭା ନିର୍ବାଚନକୁ ମିଳିତ ଲଢିବେ।

ଅମିତ ଶାହ ଦୁଇ ଦିବସୀୟ ତାମିଲନାଡୁ ଗସ୍ତକାଳରେ ପନିର ସିଲଭମଙ୍କ ଏପରି ବୟାନକୁ ରାଜ୍ୟ ତଥା ଦେଶର ରାଜନୀତିରେ ଏବେ ଗୁରୁତର ସହ ଗ୍ରହଣ କରାଯାଉଛି। ଏହି ଅବସରରେ ଅମିତ ଶାହ ପୂର୍ବତନ ଦୁଇ ମୁଖ୍ୟମନ୍ତ୍ରୀ ଏମଜିଆର ଓ ଜୟଲଳିତାଙ୍କ ଶାସନ କାଳରେ ତାମିଲନାଡୁ ଯେପରି ବିକାଶ କରିଥିଲା ମୋର ବିଶ୍ୱାସ ପନିର ସିଲଭମଙ୍କ ନେତୃତ୍ୱରେ ରାଜ୍ୟ ପୁଣି ସେହି ବିକାଶ ସ୍ରୋତକୁ ଫେରିଆସିବ ବୋଲି କହିଛନ୍ତି।

ଗତ ୨୦୧୯ ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ସହ ବିଜେପି ତାମିଲନାଡୁରେ ମେଣ୍ଟ କରିଥିଲା। ଏଥିରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ସହ ପିଏମକେ ମଧ୍ୟ ହାତ ମିଳାଇଥିଲା। ଅମିତ ଶାହ ଏହି ଗସ୍ତକାଳରେ ବିଜେପି ପଦାଧିକାରୀଙ୍କୁ ମଧ୍ୟ ଭେଟିବେ।  ୨୦୨୧ ବିଧାନସଭା ନିର୍ବାଚନ ଲାଗି ଦଳ ଓ ମେଣ୍ଟକୁ ମଜଭୁତ କରିବାରେ ଶାହଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଏବେଠୁ ସଙ୍କେତ ମିଳିଲାଣି। 

ଅମିତ ଶାହଙ୍କ ଗସ୍ତକାଳରେ ଡିଏମକେର ପୂର୍ବତନ ସଦସ୍ୟ ତଥା ସାଂସଦ କେ.ପି.ରାମଲିଙ୍ଗମ ଚେନ୍ନାଇ ଠାରେ ବିଜେପିରେ ଯୋଗଦେଇଛନ୍ତି। ରାମଲିଙ୍ଗମ ତାଙ୍କ ରାଜନୈତିକ ଜୀବନର ଅଭିଜ୍ଞତାକୁ ରାଜ୍ୟରେ ଦଳ ଓ ସଙ୍ଗଠନ ବିକାଶ ଲାଗି ଉପଯୋଗ କରିବେ ବୋଲି କହିଛନ୍ତି। ସେହିପରି ଡିଏମକେ ନେତା ଏମ.କେ. ଷ୍ଟାଲିନଙ୍କ ଭାଇ ଏମ.କେ. ଆଲାଗିରିଙ୍କୁ ବିଜେପିକୁ ଆଣିବା ଲାଗି ମଧ୍ୟ ସେ ଉଦ୍ୟମ କରିବୋ ବୋଲି ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି।

   Related Posts