ଭୁବନେଶ୍ବରରେ ଡ୍ୟାନ୍ସ ବାର୍ ଖୋଲିବା ସରକାରଙ୍କ ଦୋମୁହାଁ ନୀତି : ଲେଖାଶ୍ରୀ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ଭୁବନେଶ୍ବରରେ ଡ୍ୟାନ୍ସ ବାର୍ ଖୋଲିବା ପ୍ରସଙ୍ଗକୁ ନେଇ ପ୍ରେସମିଟ୍ କରିଛି ବିଜେପି । ପ୍ରେସମିଟ୍ ରେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଡ୍ୟାନ୍ସ ବାର୍‌ ଖୋଲିବା ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଲେଖାଶ୍ରୀ କହିଛନ୍ତି ୨୦୧୮ରେ ମଲ୍‌ରେ ମଡେଲ ଲିକର ସପ୍‌ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆଫିଡେଭିଟ୍ ଫାଇଲ୍ ହୋଇଥିଲା। ଯେଉଁଥିରେ ମଲ୍‌ରେ ଲିକର ସପ୍‌ ଖୋଲିବା ଓଡ଼ିଆ ସଂସ୍କୃତିର ବିରୋଧାଚରଣ କରେ ଦର୍ଶାଯାଇଥିଲେ।

ଏହା ଦିଲ୍ଲୀ, ଗୁରଗାଓଁ ପରି ମେଟ୍ରୋସିଟି ପାଇଁ ଠିକ୍‌ ହୋଇପାରେ କିନ୍ତୁ ଓଡ଼ିଆ ସଂସ୍କୃତିର ବିରୋଧାଚରଣ କରେ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲା। ଏହାସହ ମଦ ବିକ୍ରି କରି ରାଜସ୍ବ କମାଇବା ଗୋଟିଏ ଜନ କଲ୍ୟାଣୀକାରୀ  ରାଜ୍ୟର ଲକ୍ଷ୍ୟ ନୁହେଁ ବୋଲି ଆଫିଡେଭିଟ୍‌ରେ ଦର୍ଶାଯାଇଥିଲା।

ତେବେ ଆଜି କିଭଳି ଡ୍ୟାନ୍ସ ବାର୍ ଯେଉଁଠିକି ମଦ୍ୟପାନ କରୁଥିବା ଲୋକଙ୍କ ଆଗରେ ମହିଳାମାନେ ନୃତ୍ୟ ପ୍ରଦର୍ଶନ କରିବେ ତାକୁ ରାଜ୍ୟ ସରକାର ଖୋଲିବାକୁ ପ୍ରଶ୍ରୟ ଦେଉଛନ୍ତି, ଏହା କଣ ଓଡ଼ିଆ ସସ୍କୃଂତିର ପରିପନ୍ଥୀ ନୁହେଁ ବୋଲି ଲେଖାଶ୍ରୀ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.