Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆସନ୍ତା ୨୦ ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ, ସାଂଗଠନିକ କାର୍ଯ୍ୟକ୍ରମ ନେଇ ହେବ ବିସ୍ତୃତ ଆଲୋଚନା

13/12/2020 at 1:06 PM

ଭୁବନେଶ୍ୱର ୧୩।୧୨: ରାଜ୍ୟରେ ଶାସକ ବିଜୁ ଜନତା ଦଳକୁ ୨୨ ବର୍ଷ ପୁରି ୨୩ ବର୍ଷ ଚାଲିବ। ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜୁ ଜନତା ଦଳ। ଏହା ପୂର୍ବର ଆସନ୍ତା ୨୦ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପରିବର୍ଦ୍ଧିତ ପରିଷଦ ବୈଠକ ବସିବ। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଏ ସଂପର୍କରେ ସୂଚନା ଦେଇଛନ୍ତି।

ରାଜ୍ୟ ପରିଷଦ ସଭ୍ୟ, ବିଧାୟକ, ସାଂସଦ ଯୋଗ ଦେବେ। ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ଏନେଇ ରୂପରେଖ ପ୍ରସ୍ତୁତ ହେବ। ନୂଆ କର୍ମକର୍ତ୍ତା ନିର୍ବାଚନ ପରେ ଦାୟିତ୍ୱ ବଣ୍ଟନ କରାଯିବ। କେଉଁ ମୁଦ୍ଦା ନେଇ ଦଳ ଲଢେଇ କରିବ ଖସଡ଼ା ପ୍ରସ୍ତୁତ କରିବ। ରଣକୌଶଳ ନିର୍ଦ୍ଧାରିତ ହେବ। ୩୨ଟି ସାଂଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଦଳର ନେତା। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନ ଏ ସି ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ଦଳ। କୋଭିଡ଼ କଟକଣା କୁ ଦୃଷ୍ଟିରେ ରଖି ଏହାକୁ ପାଳନ କରାଯିବ।

   Related Posts