ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ

Published By : Prameya-News7 Bureau | March 08, 2021 IST

ଭୁବନେଶ୍ବର ୮।୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମହିଳା ସମାବେଶ ଆୟୋଜିତ ହୋଇଯାଇଛି । ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ସମାବେଶ ଆୟୋଜନ କରାଯାଇଛି । ପ୍ରାୟ ୨୦୦୦ ମହିଳାଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଛି । ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଗୁରୁତ୍ବାରୋପ କରାଯାଇଛି ।

{"id":419554,"sizeSlug":"large","linkDestination":"none"}

ଏହାସହ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି ।

{"id":419555,"sizeSlug":"large","linkDestination":"none"}

ମିଶନ ଶକ୍ତିକୁ ନୂଆ ବିଭାଗ କରିବା, କୋଭିଡ୍ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ 5Tର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ସମାବେଶରେ ରାଜ୍ୟ ସ୍ତରର ନେତୃତ୍ବ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ ଓ ବହୁ ନେତୃବୃନ୍ଦଙ୍କ ସହ ତୃଣମୂଳ ସ୍ତରର କର୍ମକର୍ତ୍ତା ଯୋଗ ଦେଇଛନ୍ତି ।

{"id":419582,"sizeSlug":"large","linkDestination":"none"}

ସେପଟେ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମା’ମାନେ ଆଜନ୍ମ ନେତ୍ରୀ । ଯିଏ ଘର, ପିଲାଙ୍କ ଦାୟିତ୍ବ ନେଉଛି ସେ ଦେଶର ନେତୃତ୍ବ ନେଇପାରିବେ । ମା’ଙ୍କ ସ୍ବପ୍ନକୁ ସାକାର ପାଇଁ ବିଜେଡି କାମ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.