ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ବିଜେଡିର ବିଶାଳ ସାଇକେଲ୍ ଶୋଭାଯାତ୍ରା, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 05, 2021 IST

ଭୁବନେଶ୍ବର ୫।୩: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ବିଜେଡିର ବିଶାଳ ସାଇକେଲ ଶୋଭାଯାତ୍ରା । କଟକ ଆନନ୍ଦ ଭବନରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସମ୍ମୁଖ  ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଗଡିଲା  ହଜାର ହଜାର ସାଇକେଲ । ପ୍ରବାଦ ପୁରୁଷ ବିଜୁଙ୍କ ୧୦୫ତମ ଜୟନ୍ତୀରେ ଫରେଷ୍ଟ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କ ବିରଳ ଫଟୋଚିତ୍ରକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ବିରଳ ଫଟୋଚିତ୍ର ପ୍ରଦର୍ଶନୀ । 

ମହାନ ଜନ ନାୟକ ବିଜୁ ବାବୁଙ୍କ  ୧୦୫ତମ  ଜନ୍ମ  ଜୟନ୍ତୀରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା  ବିଶାଳ  ସାଇକେଲ ଶୋଭାଯାତ୍ରା ।  କଟକ  ଆନନ୍ଦ  ଭବନରୁ  ବାହାରିଥିବା  ସାଇକେଲ ଶୋଭାଯାତ୍ରାରେ   ମନ୍ତ୍ରୀ, ବିଧାୟକ, ସାଂସଦ ବିଜେଡି ସାଙ୍ଗଠନିକ  ସମ୍ପାଦକଙ୍କଠାରୁ ଆରମ୍ଭ କରି ବିଜୁ ଛାତ୍ର ଓ ଯୁବ ଜନତା ଦଳର ବହୁ କର୍ମୀ ଓ ନେତା  ଚଳାଇଥିଲେ ସାଇକେଲ । ୧୯୩୨  ବିଜୁ ବାବୁଙ୍କ ଭିଜିଟି ଇଣ୍ଡିଆ ମିଶନର  ସ୍ମୃତିକୁ ଉଦଜୀବିତ କରିବା ଲକ୍ଷ୍ୟରେ ହଜାର ହଜାର  ବିଜେଡି କର୍ମ ସାଇକେଲ  ଚଳାଇ  ସାହାସୀ,  ସ୍ବାଭିମାନୀ ବିଜୁ ବାବୁଙ୍କୁ ମନେ ପକାଇଥିଲେ । କଟକରୁ ଭୁବନେଶ୍ବର ଅତିକ୍ରମ କରିବା ବେଳେବେଳ ଫୁଲ ନଖରା, ପାହାଳ ଛକ,  ରସୁଲଗଡ ସାଇେକଲ ଚାଳକଙ୍କୁ ଉପରେ  ପୁଷ୍ପ ବୃଷ୍ଟି  କରିବା ଦେଖିବାକୁ ମିଳିଥିଲା ।   

ସେପଟେ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ  ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ  ପୁଷ୍ପଗୁଚ୍ଛ ଦେଇ  ଶ୍ରଦ୍ଧା  ସୁମନ  ଅର୍ପଣ  କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁପଟ୍ଟନାୟକ ବିମାନ  ବନ୍ଦର  ସମ୍ମୁଖରେ  ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି  ନିକଟରେ  ସାଇକେଲ ଶୋଭାଯାତ୍ରା ପହଞ୍ଚିବା ପରେ ବିଜୁ ବାବୁଙ୍କୁ  ଶ୍ରଦ୍ଧା ସୁମନ ଅର୍ପଣ  କରାଯାଇଥିଲା । ଫରେଷ୍ଟ ପାର୍କରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ  ବିଜୁ ଜନତା ଦଳର ବହୁ ସାଂସଦ, ମନ୍ତ୍ରୀ, ବିଧାୟକ, କର୍ମୀ ଉପସ୍ଥିତ ଥିଲେ । ସେପଟେ ଜୟଦେବ ଭବନରେ   ସୂଚନା ଓ ଲୋକ  ସମ୍ପର୍କ  ବିଭାଗ ପକ୍ଷରୁ  ଆୟୋଜିତ ହୋଇଥିବା ବିଜୁ ବାବୁଙ୍କ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଶିଲ୍ପ, ଶିଳ୍ପାୟନ, ରାଜ୍ୟ ଗାଁର ଉନ୍ନତି, ରଥଯାତ୍ରାରେ ବିଜୁ ବାବୁ, ପାରାଦ୍ବୀପ ବନ୍ଦର ଶିଳାନ୍ୟାସ,  ପରିବାର ଲୋକଙ୍କ ସହ ବିରଳ ଫଟୋ,  ବିମାନ ସହ ବିଜୁ ବାବୁଙ୍କ ଫଟୋ ବିଜୁ ବାବୁଙ୍କ ଅମର ସ୍ମୃତିକୁ ଉଦଜୀବିତ କରିଥିଲା ।  ବିରଳ ଫଟୋ ଚିତ୍ର ବେଶ ମନୋଲୋଭା ହୋଇଥିଲା ।

ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି ।   ଓଡିଶା  ସ୍ବାଭିମାନର ପ୍ରତୀକ,  ସାହାସୀ, ସ୍ବାଭିମାନୀ  ବିଜୁ ବାବୁଙ୍କ ମନେ ପକାଇ ଥିଲେ ସମସ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.