ଭଦ୍ରକ: ବିଜେଡ଼ିର ବନ୍ଧୁ ମିଳନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ

Published By : Prameya-News7 Bureau | January 03, 2021 IST

ଭଦ୍ରକ୩/୧: ବିଜେଡ଼ିର ବନ୍ଧୁ ମିଳନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ କାଶିମପୁରଠାରେୟ ବିଜେଡ଼ି ବନ୍ଧୁ ମିଳନ ଆୟୋଜନ କରିଛି। ଏହି ବନ୍ଧୁମିଳନରେ ବ୍ଲକ ଅଧକ୍ଷ ଅଶୋକ ନାୟକ, ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କାଙ୍କ ସହ ବହୁ ବିଜେଡ଼ି ନେତା ଯୋଗ ଦେଇଥିଲେ। କାଶିମପୁର ପଞ୍ଚାୟତ ବିଜେଡ଼ି ସଭାପତି ସୁଧାକର ପତି ପରିଚାଳନା କରିଥିଲେ। ଇଂରାଜୀ ନବବର୍ଷ ଅବସରରେ ଆୟୋଜିତ ଏହି ବନ୍ଧୁ ମିଳନ କାଯ୍ୟକ୍ରମରେ ସମସ୍ତଙ୍କ ଶୁଭ ମନାସିଛନ୍ତି ବିଜେଡ଼ି ନେତୃବୃନ୍ଦ। ତେବେ ନବବର୍ଷରେ ସମସ୍ତ ପୁରୁଣା ଦିନର ଦୋଷ-ତୃଟିକୁ ଭୁଲି ପୁଣି ଥରେ ଏକାଠି ହେବାକୁ ନିବେଦନ କରିଛନ୍ତି ବିଜେଡ଼ି ନେତୃବୃନ୍ଦ। ତେବେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ବୟୋଜ୍ୟାଷ୍ଠ ବ୍ୟକ୍ତିଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.