Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ଡ଼ ବ୍ୟୋମକେଶ ରାୟ

2/07/2021 at 8:02 PM

ଭଦ୍ରକ, ୦୨/୦୭: ପୁଣି ବର ସାଜିଲେ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଓ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଡ଼ଃ ବ୍ୟୋମକେଶ ରାୟ । ସ୍ୱସ୍ତି ଚିଲିକା ରିସର୍ଟ ଠାରେ ତାଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।

ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ (ବାପି) ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ରାୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି । ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି ।

ବ୍ୟୋମକେଶ ରାୟ ଭଦ୍ରକ ସାଂସଦଙ୍କ ପ୍ରତିନିଧି ଟୁଟୁ ବଳ ( ଅଶୋକ ବଳ )ଙ୍କ ଝିଅ ଟି ସାଇଦର୍ଶିନୀଙ୍କୁ ବିବାହ କରିଛନ୍ତି । ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଖେରଙ୍ଗ ଗାଁରେ ଟି ସାଇଦର୍ଶିନୀଙ୍କ ପୈତୃକ ଘର । ତେବେ ଏହି ବିବାହରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କନ୍ୟାଦାନ କରିଥିବା ବିଶ୍ୱସ୍ଥ ସୂତ୍ର ରୁ ଖବର ମିଳିଛି ।

   Related Posts