ଆହୁରି ୧୦ ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ : ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆହୁରି ୧୦ ବିଧାନସଭା ଓ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନି ।

ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ ଚନ୍ଦ୍ରାଣୀ ମୁର୍ମୁ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିବା ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଟିକେଟ୍ ମିଳିବା ପକ୍କା ବୋଲି କହିଛନ୍ତି ଚନ୍ଦ୍ରାଣୀ । ଟିକେଟ୍ କଟିଲେ କେଉଁଝର ସାଂସଦ ସକୁନ୍ତଳା ଲାଗୁରି ଦଳ ଛାଡିବା ସଙ୍କେତ ଦେଇସାରିଛନ୍ତି ।

ସେପଟେ ନବୀନ ନିବାସ ଆଗରେ ଟିକେଟ ପାଇଁ କସରତ ଦେଖିବାକୁ ମିଳୁଛି । ତେବେ ଗତକାଲି ବିଜୁ ଜନତା ଦଳ ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶୀଭୂଷଣ ବେହେରାଙ୍କ ସମେତ ୪ ଜଣ ବିଧାୟକଙ୍କ ଟିକେଟ୍ କଟିଛି । ଏଥର ଟିକେଟ୍ କଟିବାରେ ଶଶୀଭୂଷଣ ହେଉଛନ୍ତି ପ୍ରଥମ ମନ୍ତ୍ରୀ । ଏଥର ତାଙ୍କ ନିର୍ବାଚନ ମଣ୍ଡଳୀ ଜୟଦେବରୁ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.