ଜଟଣୀରେ ତେଜିଲା ବିଭୂତି ବିରୋଧୀ ନାରା: ପୁରୁଣା ନେତାଙ୍କୁ ରିପିଟ୍ ନକରି ନୂଆ ମୁହଁଙ୍କୁ ସୁଯୋଗ ଦେବାକୁ ଦାବି

Published By : Prameya-News7 Bureau | March 19, 2019 IST

ଜଟଣୀ୧୯|୩: ଜଟଣୀରେ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କୁ ବିରୋଧ । ଜଟଣୀ ନିର୍ବାଚନ ମଣ୍ଡଳି ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଫାଇନାଲ ହୋଇନଥିବା ବେଳେ ଏଠାରୁ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ବିରୋଧ କରିଛନ୍ତି ଖୋଦ୍ ବିଜେଡି କର୍ମୀ । ଏଠାରୁ ଜଣେ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି । …..

{"id":95061}

ଜଟଣୀରେ ତେଜିଲା ବିଭୂତି ବିରୋଧୀ ନାରା । ଜଟଣୀ ନିର୍ବାଚନ ମଣ୍ଡଳି ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଫାଇନାଲ ହୋଇନଥିବା ବେଳେ ଏଠାରୁ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେଡି କର୍ମୀ ।  ବିଭୂତିଙ୍କୁ ପ୍ରାର୍ଥୀ କରାଗଲେ ସେମାନେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି । 

{"id":95062}

 ଜଟଣୀ ପାଇଁ ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଶିକ୍ଷିତ ବ୍ୟକ୍ତି ଯିଏ କି, ଜଟଣୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁଖଦୁଃଖ ସାଥୀ ହୋଇପାରୁଥିବ, ସରକାରଙ୍କ ଲୋକହିତକର କାର୍ଯ୍ୟକ୍ରମଗୁଡ଼ିକୁ ଜଟଣୀ ଅଂଚଳରେ କାର୍ଯ୍ୟକାରୀ କରିପାରୁଥିବ, ଜଟଣୀ ଅଂଚଳରେ ଥିବା ଦୀର୍ଘ ଦିନର ମୁଖ୍ୟ ସମସ୍ୟାଗୁଡ଼ିକୁ ପୂରଣ କରିବା ଦିଗରେ ଅଗ୍ରାଧିକାର କାର୍ଯ୍ୟକାରୀ କରିବାରେ ଚିନ୍ତାଧାରା ଥିବ, ଲୋକଙ୍କ ସୁବିଧା ଅସୁବିଧାରେ ପାଖରେ ପହଞ୍ଚିପାରୁଥିବ. ଲୋକଙ୍କ ମତକୁ ସମ୍ମାନ ଦେଉଥିବ, ସେଭଳି ଜଣେ ଉଚ୍ଚ ଶିକ୍ଷିତ ସମ୍ପନ୍ନ ବ୍ୟକ୍ତିଙ୍କୁ ଜଟଣୀ  ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ମନୋନୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଜେଡି କର୍ମୀ

ଜଟଣୀରେ ବିଜୁ ଜନତା ଦଳର ସପକ୍ଷରେ ଜନମତ ଥିବା ବେଳେ ଏଠାରୁ ବାରମ୍ବାର ଲୋକ ଚାହୁଁନଥିବା ପ୍ରାର୍ଥୀଙ୍କୁ ଦଳ ସୁଯୋଗ ଦେଇଥିବାରୁ ସ୍ଥାନୀୟ ବିଜେଡି କର୍ମୀ ମହଲରେ ଅସନ୍ତୋଷ ରହିଛି । ତେଣୁ ବିଜେଡି ପୁରୁଣା ନେତାଙ୍କୁ ଏଠାରେ ରିପିଟ୍‌ ନକରି ଏଥର ଜଣେ ନୂଆ ମୁହଁଙ୍କୁ ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.