ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ, ଦଳ ଛାଡି କଂଗ୍ରେସରେ ଯୋଗଦେଲେ ଶହଶହ କର୍ମୀ ଓ କର୍ମକର୍ତ୍ତା

Published By : Prameya-News7 Bureau | April 07, 2019 IST

ଜଟଣୀ ୭|୪: ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କୁ ନେଇ ତେଜିଲା ବିରେ।ଧ । ବିଭୂତି ବଳବନ୍ତରାୟଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେ।ଇ ବିଜେଡି ଛାଡି କଂଗ୍ରେସରେ ସାମିଲ ହେ।ଇଛନ୍ତି ଜଟଣୀ ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ ହଜାର ହଜାର କର୍ମୀ ।

{"id":101234}

ଜଟଣୀରେ କଂଗ୍ରେସର ମିଶ୍ରଣ ପର୍ବ । ବିଜେଡି ଛାଡି କଂଗ୍ରେସରେ ମିଶିଲେ ବହୁ ତୁଙ୍ଗ ନେତା ଓ କର୍ମୀ । ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କ କାର୍ଯ୍ୟରେ ଅତିଷ୍ଠ ହେ।ଇ ଏମାନେ ଦଳ ଛାଡିଥିବା କହିଛନ୍ତି ।

{"id":101237}

ରବିବାର ଅପରାହ୍ନ ୫ଟାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକଂ ବିଧାୟକ ପ୍ରାର୍ଥୀ ସୁର ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ କଂଗ୍ରେସ କାର୍ଯ୍ୟାଳୟରେ ଏମାନେ ହାତ ଧରିଛନ୍ତି । 

{"id":101235}

 ବିଜୁ ଜନତା ଦଳର ଖେ।ର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରମେ।ଦ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ବିଜୁ ଛେ।ଟରାଏ, ଜଟଣୀ ବିଧାୟକଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ, ଏକାଧିକ କାଉନସିଲରଙ୍କ ସମେତ ହଜାର ହଜାର ବିଜେଡି କର୍ମୀ କଂଗ୍ରେସରେ ମିଶିଛନ୍ତି ।

{"id":101238}

ଡମଣେଇ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶେ।ଭାଯାତ୍ରାରେ ବାହାରି ଜଟଣୀ ଟାଉନ ହଲ ଯାଏ ଯାଇଥିଲେ ଥିଲେ ଅସନ୍ତୁଷ୍ଟ କର୍ମୀ । 

{"id":101236}

ମିଶ୍ରଣ ପର୍ବରେ ଭୁବନେଶ୍ବର ଲେ।କସଭା ଆସନର ସିପିଆଇ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜନାର୍ଦ୍ଦନ ପତି ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.