ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଜିଲ୍ଲା ପରିଷଦଙ୍କ କଟାକ୍ଷ ପ୍ରସଙ୍ଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | January 19, 2021 IST

ବାରିପଦା୧୯/୧: ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କିଛି ବକ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି।  ଏ ନେଇ ମଙ୍ଗଳବାର ବିଜେଡି ମହିଳା ମୋର୍ଚ୍ଚା ବିରୋଧ ପ୍ରଦର୍ଶନ କରିଛି। ଗତ ୧୨ ତାରିଖରେ ବାରିପଦା ପ୍ରୟାସ ହଲରେ ଦିଶା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ନବୀନଙ୍କୁ କଟାକ୍ଷ କରି ଅପମାନିତ କରିଥିବା ଅଭିଯୋଗ ହୋଇଥିଲା।  

ଏହି ଘଟଣାକୁ ନେଇ ୧୩ ତାରିଖରେ ବିଜେଡି ଯୁବମୋର୍ଚ୍ଚା ଏସ.ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଜେଡିର ମହିଳା ମୋର୍ଚ୍ଚା ମଙ୍ଗଳବାର ଦିନ ସାଢେ ୧୨ଟା ବେଳେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁଜାତା ମୁର୍ମୁଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ। ଶତାଧିକ ମହିଳା ବିଜେଡି କର୍ମୀ ଦଳୀୟ ଅଫିସ୍‌ରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେପଟେ ବିଜେପି ଆରମ୍ଭରୁ ଏହି ପ୍ରସଙ୍ଗରେ ବିଜେଡିର କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଏହା ରାଜନୈତିକ ମାଇଲେଜ ନେବାର ଏକ ବାହାନା ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.