ଦୁର୍ନୀତି ଏବଂ ପିସି କାରବାର ଅଭିଯୋଗରେ ବ୍ଲକ୍ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି, ବ୍ଲକ୍ ଅଫିସ ଆଗରେ ବିଜେଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | June 14, 2019 IST

ଯାଜପୁର ୧୪|୬:  ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ । ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଏବଂ   ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମୁହାଁ ମୁହିଁ ହୋଇଛନ୍ତି । ଦୁର୍ନୀତି ଏବଂ ପିସି କାରବାର ଅଭିଯୋଗ କରି ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେଡି କର୍ମୀ । କିନ୍ତୁ ବ୍ଲକ ଅଧ୍ୟକ୍ଷା ତାଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରିବା ସହ, ତାର ପ୍ରମାଣ ଦେବାକୁ ଚ୍ୟାଲେଞ୍ଜ କରିଛନ୍ତି । ତାସହ ବିଜେଡି ସମର୍ଥକଙ୍କ ବିରୋଧରେ ବ୍ଲକ  ଅଧ୍ୟକ୍ଷା ଥାନାରେ ଲିଖିତ ଅଭିଯୋଗ ବି ଦେଇଛନ୍ତି  ।  

{"id":122930}

ନିର୍ବାଚନ ସରିବା ପରେ ଏବେ ବିବାଦ ବଢିଛି ।ରାଜନୈତୀକ ଆକ୍ରୋଶରୁ ଯାଜପୁର ଜିଲ୍ଲାର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପରସ୍ପର ବିରୋଧୀ ମୁହାଁମୁହିଁ । ଗୋଟିଏ ପଟରେ ସୁକିନ୍ଦା ବିଧାୟକଙ୍କ ସମର୍ଥକ ଏବଂ ଅନ୍ୟପଟେ ଦାନଗଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ । ବିଧାୟକଙ୍କ ସମର୍ଥକ ତଥା ବିଜେଡିର କର୍ମୀ ମାନେ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନାଁରେ ଆଣିଛନ୍ତି ଦୁର୍ନୀତି ଏବଂ ପିସି କାରବାର ଅଭିଯୋଗ  । ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଇସ୍ତଫା ଦାବିରେ ବ୍ଲକ୍ ଅଫିସ୍ ଆଗରେ ବିକ୍ଷୋଭ ବି କରିଛନ୍ତି  । ଫଳରେ ପରସ୍ଥିତି ନିୟନ୍ତ୍ରଣ ଲାଗି ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲିସ୍ ଜଗିଛି ।

{"id":122929}

ବିଜେଡି କର୍ମୀଙ୍କ  ଆରୋପକୁ ଭିତ୍ତିହୀନ କହି ସିଧାସିଧା ଖଣ୍ଡନ କରିଛନ୍ତି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ । କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀ କରି  ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ  ବିରୋଧୀଙ୍କୁ ପାଲଟା ଆକ୍ଷେପ କରିଛନ୍ତି । ନିର୍ବାଚନ ପରେ ରାଜନୈତିକ ଆକ୍ରୋଶ କାରଣରୁ ବିଜେଡି ସମର୍ଥକ ଏପରି ଷଡଯନ୍ତ୍ର ଚଳାଇଥିବା ଦୁହେଁ କରିଛନ୍ତି ଅଭିଯୋଗ । କାର୍ଯ୍ୟାଳୟରେ ତାଲା ପକାଇବା ସହ ନାମଫଳକ ଉଠାଇନେଇଥିବା, ଗାଳି ଗୁଲଜ କରିଥିବା  ଅଭିଯୋଗ କରିଛନ୍ତି । ଏ ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି  ।

{"id":122928}

ଗତ ପଞ୍ଚାୟତ ନିର୍ବାଚନରେ ବ୍ଲକ୍ ଅଧ୍ୟକ୍ଷା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ସାଧାରଣ ନିର୍ବାଚନ ସମୟରେ  ସେ ବିଜେପିରେ ଯୋଗଦେଇଥିଲେ । ଉପାଧ୍ୟକ୍ଷ ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ  । ତେବେ ସୁକିନ୍ଦା ବିଧାନସଭା ଆସନରେ ବିଜେଡିର ବିଜୟ ପରେ ଏବେ ତାହା ବ୍ଲକ ରାଜନୀତିକୁ ପ୍ରଭାବିତ କରୁଛି । ଏହା ଉପରେ ଅଙ୍କୁଶ ନଲାଗିଲେ ହୁଏତ ଏହା ଜଟିଳ ବି ହୋଇପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.