Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବିନିକାଠାରେ ବିଜେଡ଼ି କର୍ମୀଙ୍କ ନୂଆଖାଇ ଭେଟଘାଟ

20/09/2021 at 5:06 PM

ବିନିକା ୨୦।୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିଜୁ ଜନତା ଦଳର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ବିନିକା ସହର ବିଜୁ ଯୁବ ଜନତା ଦଳର ସଭାପତି ବିନୟ କୁମାର ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ବ୍ଲକ୍ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ବ୍ଲକ୍ କାର୍ଯ୍ୟାଳୟରୁ ବିଜେଡି କର୍ମୀମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବିନିକା ସହର ପରିକ୍ରମା କରି ବନ୍ୟା ଆଶ୍ରୟସ୍ଥଳୀକୁ ପହଞ୍ଚିଥିଲେ ।

ପରେ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆଗକୁ ଏନଏସି ନିର୍ବାଚନ ଆସୁଥିବାରୁ ତୃଣମୂଳ ସ୍ତରରୁ ବିଜେଡ଼ି ଦଳକୁ କିଭଳି ଭାବରେ ମଜଭୁତ ଓ ସୁଦୃଢ କରିବା ସହିତ ଦଳକୁ କିଭଳି ଭାବରେ ବିଜୟୀ କରାଯାଇ ପାରିବ ସେନେଇ ଆଲୋଚନ କରାଯାଇଥିଲା । ସେହିପରି ଏହି ବୈଠକରେ ବିନିକା ସହରର ୧୨ଟି ୱାର୍ଡର ବିଜୁ ଯୁବ ଜନତା ଦଳ ସଭାପତି, ସମ୍ପାଦକ, ଆଇଟି କୋର୍ଡିନେଟର ସହ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ ।

   Related Posts