ବିଜେଡି ମହିଳା କର୍ମକର୍ତ୍ତା ଚୟନ କଲେ ଦଳ ସଭାପତି, ୫ ଜଣଙ୍କୁ ମିଳିଲା ଉପଦେଷ୍ଟା ଦାୟିତ୍ୱ

Published By : Prameya-News7 Bureau | June 27, 2021 IST

ଭୁବନେଶ୍ୱର, ୨୭/୦୬: ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ମହିଳା କାର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏ ନେଇ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ପଦବୀ ପାଇଁ ମହିଳାଙ୍କୁ ନିଯୁକ୍ତ କରିଛନ୍ତି ।

ଏଥି ମଧ୍ୟରେ ରାଜ୍ୟ ବିଜେଡି ମହିଳା ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ଡ. ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲିତିକା ପ୍ରଧାନ, ନନ୍ଦିନୀ ଦେବୀ ରହିଛନ୍ତି । ସେହିପରି କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସୁବାସିନୀ ଜେନା, ସୁଲତା ଦେଓ ଏବଂ ନିବେଦିତା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ସହିତ ବିଭିନ୍ନ ଜୋନ୍‌ର ସଭାନେତ୍ରୀଙ୍କୁ ମଧ୍ୟ ଦଳ ସଭାପତି ନିଯୁକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.