Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ମହିଳା

1/11/2021 at 5:22 PM

କଣ୍ଟାବାଞ୍ଜି, ୦୧/୧୧: ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଛି ବିଜେଡି । ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଇନ୍ଦିରା ଛକ ଠାରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଲରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବଢିବଢି ଚାଲିଛି । କେନ୍ଦ୍ର ସରକାର ଶାସନକୁ ଆସିବା ପୁର୍ବରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ “ଅଚ୍ଛେ ଦିନ ଆଏଙ୍ଗେ, ଦେଶ ବଦ୍‌ଲେଗା” କହି ଲୋକଙ୍କ ଭୋଟ ପାଇଥିଲେ । କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠୁ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି।

ବିଶେଷ କରି ପେଟ୍ରୋଲ, ଡିଜେଲ ବୃଦ୍ଧି ପାଉଥିବା ଯୋଗୁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ମଧ୍ୟ ବଢୁଛି । ଯାହା ଫଳରେ ଖାଇବା ଠୁ ଆରମ୍ଭ କରି ନିତି ଦିନିଆ ବ୍ୟବହାର ସାମଗ୍ରୀର ଦର ବଢିବଢି ଚାଲିଛି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରୁପାରୁନାହାନ୍ତି । ଏହାକୁ ନେଇ ମୋଦି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜୁ ମହିଳା ଦଳର କର୍ମୀ । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜୁ ମହିଳା ଦଳ ରାଜ୍ୟ ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସଂପାଦିକା ପିଙ୍କି ଖର୍ସେଲ, ଜିଲ୍ଲା ସଂପାଦିକା ତପସ୍ୱନୀ ରଣା, ଚିତ୍ରଲେଖା ତାଣ୍ଡି, ସୁଶିଲା ରଣା, ନଗର ସଭାନେତ୍ରୀ ଶାଲିନି ଜୈନ, କାର୍ଯ୍ୟକାରୀ ସଭାନେତ୍ରୀ ସସ୍ମିତା ଦଣ୍ଡସେନା, ତୁରେକେଲା ବ୍ଲକ ସଭାନେତ୍ରୀ ସରସ୍ୱତି ମେହେର, ବଙ୍ଗୋମୁଣ୍ଡା ବ୍ଲକ ସଭାନେତ୍ରୀ ଅନିତା ଦଣ୍ଡସେନା, ମୁରିବାହାଲ ବ୍ଲକ ସଭାନେତ୍ରୀ ରଜନି ବାଗ, ନିଶା ମହାନନ୍ଦ, ଛାତ୍ର ସଭାନେତ୍ରୀ ସିମରନ କୌର ଏବଂ ଅନ୍ୟ ବିଜୁ ମହିଳା ଦଳ ସଦସ୍ୟା ଏହି ରାଲିରେ ଯୋଗ ଦେଇଥିଲେ ।

ସେମାନଙ୍କ ସହ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ, ରାଜେନ୍ଦ୍ର ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ଜିଲ୍ଲା ଉପସଭାପତି ଉମା ସାହୁ, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ବରିଷ୍ଠ ବିଜେଡି ନେତା ଉଦ୍ଧବ ବେହେରା, ଦେବାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts