ତିର୍ତ୍ତୋଲରେ ବାଜିମାତ କଲା ବିଜେଡି

Published By : Prameya-News7 Bureau | November 10, 2020 IST

ତିର୍ତ୍ତୋଲ୧୦/୧୧: ତିର୍ତ୍ତୋଲ ଉପ ନିର୍ବାଚନରେ ବାଜିମାତ କଲା ବିଜେଡି। ବିଜେପିକୁ ପଛରେ ପକାଇ ତିର୍ତ୍ତୋଲରେ ଉଡାଇଛି ବିଜୟ ବାନା। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କ ଦାସ ୪୦ ହଜାର ୬୮୭  ଭୋଟରେ ବିଜୟ ଲାଭ କରିଛନ୍ତି।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ମୋଟ୍ ୮୬ ହଜାର ୭୯୭ ଭୋଟ୍ ପାଇଥିବା ବେଳେ ବିଜେପି  ପ୍ରାର୍ଥୀ ରାଜକିଶୋର  ବେହେରା ୪୬ ହଜାର ୧୦୦ ଭୋଟ୍ ପାଇଛନ୍ତି। ସେହିପରି ତିର୍ତ୍ତୋଲରେ ମଧ୍ୟ କଂଗ୍ରେସ ମଧ୍ୟ ସମସ୍ତଙ୍କ ପଛରେ ରହିଛି। କଂଗ୍ରେସ ପ୍ରାର୍ଥୀ  ହିଂମାଶୁ  ମଲ୍ଲିକ ୨୮ ହଜାର ୩୫୬ ଭୋଟ୍ ପାଇଛନ୍ତି। ଦୁଇଟି ସ୍ଥାନରେ ବିଜେଡି ବାଜିମାତ କରିଛି। ଅନ୍ୟପଟେ ବିଜେଡି କର୍ମୀମାନେ ବିଜୟ ଉତ୍ସବରେ ବ୍ୟସ୍ତ ଅଛନ୍ତି।

ବିଜେଡି ପ୍ରାର୍ଥୀ ଜିତିଲେ ମଧ୍ୟ ଦଳର ଭୋଟ୍ ବ୍ୟବଧାନ କମିଛି। ସେପଟେ ଦଳବଦଳ କାରଣରୁ ବିବାଦରେ ଥାଇ ମଧ୍ୟ ବିଜେପି ପାର୍ଥୀ ରାଜ କିଶୋର ବେହେରା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନରେ ମଧ୍ୟ ବିଜେପି ଏହି ଆସନରେ ଦ୍ବିତୀୟ ସ୍ଥାନରେ ଥିଲା। ତେବେ କଂଗ୍ରେସ ତିର୍ତ୍ତୋଲ ଆସନରେ ତାର ସ୍ଥିତି ବଢ଼ାଇବାରେ ସମର୍ଥ ହୋଇଛି। ଦଳର ପ୍ରାର୍ଥୀ ହିଂମାଶୁ ମଲ୍ଲିକ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଗତ ଅପେକ୍ଷା ୫ ହଜାର ଭୋଟ୍ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.