ବିଜେପୁରରେ ବିଜେଡି ଜିତିବ ବୋଲି କହିଲେ ଦାମ, ଓଡିଶା ସଂସ୍କୃତିକୁ ବିଜେପି ସୁହାଉନି...

Published By : Prameya-News7 Bureau | October 19, 2019 IST

ଭୁବନେଶ୍ବର(ସୁବ୍ରତ ଦାସ)୧୯|୧୦: ବିଜେପୁରରେ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ବିଜୁ ଜନତାଦଳ ଜିତିବାର ବେଶ ସମ୍ଭାବନା ରହିଛି ବୋଲି ବୟୋଜ୍ୟେଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି । ଆଜି ପ୍ରମେୟ ନ୍ୟୁଜ ସେଭେନ ୱେବ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଡାକ୍ତର ରାଉତ କହିଲେ ଯେ, ସାଧାରଣତଃ ଉପ ନିର୍ବାଚନଗୁଡିକରେ କ୍ଷମତାସୀନ ଦଳ ବିଜୟୀ ହୋଇଥାନ୍ତି । ତେବେ ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ୧୯୮୫-୧୯୯୦ ମଧ୍ୟରେ ଓଡିଶାରେ ଅନୁଷ୍ଠିତ ୫ଟି ଯାକ ଉପ ନିର୍ବାଚନ ବିଜୁ ପଟ୍ଟନାୟକଙ୍କ ନେତୃତ୍ବଧୀନ ବିରୋଧୀଦଳ ଜିତିଥିଲା । ତେବେ ଏବେ ବିଜେପୁରରେ ଶାସକ ବିଜୁ ଜନତାଦଳ ପ୍ରାର୍ଥୀ ଉପ ନିର୍ବାଚନ ଜିତିବାର ସମ୍ଭାବନା ଜଳ ଜଳ ଦେଖାଯାଉଛି ।

{"id":171920}

ଦୀର୍ଘ ସାଢେ ୪ ଦଶନ୍ଧି ଧରି ଓଡିଶା ରାଜନୀତିରେ ଥିବା ଡାକ୍ତର ରାଉତ ଛ ଛ ଥର ମନ୍ତ୍ରୀ ହୋଇଛନ୍ତି । ତେବେ ଗତ ବର୍ଷ ତାଙ୍କର ବିବାଦୀୟ ମନ୍ତବ୍ୟଯୋଗୁଁ ତାଙ୍କୁ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳୁ ବହିଷ୍କାର କରିଥିଲେ । ପରେପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜୁ ଜନତା ଦଳରୁ ବିତାଡିତ କରାଯାଇଥିଲା । ତାପରେ ସେ ସମତା କ୍ରାନ୍ତି ଦଳ ସହଯୋଗରେ ଏକ ନୂଆ ଦଳ ଗଠନ କରିବାକୁ ଉଦ୍ୟମ କରିଥିଲେ । ତେବେ କିଛି ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

{"id":171921}

ଗତ ଅକ୍ଟୋବର ୧୬ତାରିଖ ଦିନ ଡାକ୍ତର ରାଉତ ବିଜେପିରୁ ଇସ୍ତଫା ଦେଇ ଆଉ ଭବିଷ୍ୟତରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାପରେ ତାଙ୍କ ସମାଲୋଚକମାନେ ତାଙ୍କୁ ଜଣେ ସୁବିଧାବାଦୀ ରାଜନେତା ଭାବେ ଚିତ୍ରଣ କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମନିଳୁଥିଲା ସେ ବିଜୁ ଜନତା ଦଳରେ ଥିଲେ , ଏବଂ ବିଜେଡିରୁ ବହିଷ୍କାରହେବା ପରେ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସେ ବିଜେପିରେ ଯୋଗ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ଏହି ଅଭିଯୋଗର କଡା ଜବାବ ଦେଇଛନ୍ତି ଡାକ୍ତର ରାଉତ। ସେ କହିଛନ୍ତି ଯେ, ‘ମୋର ସମାଲୋଚକ ମାନେ ବରଂ ସୁବିଧାବାଦୀ । କାରଣ ଅର୍ଥ ଉପାର୍ଜ୍ଜନ ଏବଂ କ୍ଷମତା ଉପଭୋଗ ଲାଗି ସେମାନେ ରାଜନୀତିରେ ଅଛନ୍ତି । ସେମାନଙ୍କ ଅଭିଳାଷ ପୂରଣ ଦିଗରେ ବୋଧହୁଏ ମତେ ଏକ ବିରାଟ ପ୍ରତିବନ୍ଧକ ରୂପେ ବିବେଚନା କରୁଛନ୍ତି ।’

{"id":171922}

ଆପଣ ବିଜେପି କାହିଁକି ଛାଡିଲେ ?  ଉତ୍ତରରେ ଡାକ୍ତର ରାଉତ କହିଲେ “ମୁଁ ବିଜେପିର କାର୍ଯ୍ୟଶୈଳୀରେ ଅଣ ନିଃଶ୍ବାସୀ ହୋଇପଡିଥିଲି । ବିଜେପି ଏକ କ୍ୟାଡର ଭିତ୍ତିକ ଦଳ ବୋଲି ଦାବି କରେ । ସେଥିପାଇଁ ବୋଧହୁଏ ଦଳର ରାଜ୍ୟ ନେତୃତ୍ବ ଚାହୁଁଥିଲେ ମୁଁ ପଞ୍ଚାୟତ ପ୍ରଭାରୀ ଓ ମଣ୍ଡଳ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକରେ । ରାଜ୍ୟ ସ୍ତରରେ ଦୀର୍ଘ ସାଢେ ଚାରି ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଏହା ମୋତେ ସୁହାଇଲା ନାହିଁ । ଏହାଛଡା ବିଜେପିର ସାଂଗଠନନିକ କାର୍ଯ୍ୟକଳାପରେ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମୁଁ ଅଲୋଡା ମନେ ହେଲି । ସେଥିପାଇଁ ଦଳ ଛାଡିଲି ” ବୋଲି ଦାମୋଦର କହିଥିଲେ ।

{"id":171923}

ସମଗ୍ର ଦେଶରେ ମୋଦି ହାୱା ବୋହୁଥିବା ବେଳେ ଓଡିଶାରେ କାହିଁକି ଦଳ ସଫଳ ହୋଇପାରୁ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଏହି ଅଭିଜ୍ଞ ନେତା କହିଥିଲେ ଯେ, ଓଡିଶାର ସଂସ୍କୃତି ,  ପରମ୍ପରା ଏବଂ ଓଡିଶାବାସୀଙ୍କ ରାଜନୈତିକ ବିଚାରଧାରା ବିଜେପିର ନୀତି ଏବଂ ଆଦର୍ଶ ସହ ଖାପ ଖାଉ ନାହିଁ । ଏଥିପାଇଁ ତଥା କଥିତ କ୍ୟାଡର ଭିତ୍ତିକ ବ୍ୟବସ୍ଥା , ନିର୍ବାଚନୀ ରଣନୀତି ଏବଂ ସର୍ବୋପରି ନୀତି ନିର୍ଦ୍ଧାରଣ ପରିବର୍ତ୍ତନ ହେବା ଆବଶ୍ୟକ ।ଏହାଛଡା ଓଡିଶା ବିଜେପିରେ ଜଣେ ହେଲେ ସ୍ବାଭାବିକ ନେତା ନାହାନ୍ତି । ରାଜ୍ୟ ବିଜେପି ସମ୍ପୂର୍ଣ୍ଣଭାବେ ଜାତୀୟ ନେତାଙ୍କ ଉପରେ ନିର୍ଭରଶୀଳ ବୋଲି ଡାକ୍ତର ରାଉତ କହିଛନ୍ତି ।

{"id":171927}

ଆପଣ ଏବେ ନିକଟରେ ନବୀନ ପଟ୍ଟନାୟକ ଜଣେ ଭଲ ଲୋକ ବୋଲି ତାରିଫ କରିଛନ୍ତି । ଆପଣ ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି କି? ବୋଲି ପ୍ରଶ୍ନର ଉତ୍ତରରେ ଡାକ୍ତର ରାଉତ ଦୃଢ ସ୍ବରରେ ଏହାକୁ ଅସ୍ବୀକାର କରିଛନ୍ତି । ଏହା କେବଳ ସାମ୍ବାଦିକଙ୍କ ମନଗଢା ମଶଲା । “ମତେ ଜଣେ ସାମ୍ବାଦିକ ବନ୍ଧୁ ନବୀନ ବାବୁଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଦେବାକୁ କହିଲେ । ମୁଁ ତେଣୁ କହିଲି ନବୀନ ବାବୁ ଜଣେ ଭଲ ଲୋକ । ରାଜ୍ୟବାସୀ ତାଙ୍କୁ ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ କରିଆସିଛନ୍ତି । ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ । ଜନସାଧାରଣଙ୍କ ସେବା ଲାଗି ସେ ଦୀର୍ଘଜୀବୀ ହୁଅନ୍ତୁ । ଏହା ଏକ ମାନବିକ ସୌଜନ୍ୟ ମାତ୍ର । କୌଣସି ବ୍ୟକ୍ତିଙ୍କୁ ତେଲ ମାଲିସ କରି ତାଙ୍କ ଦଳରେ ଯୋଗଦେବା ଅଭିପ୍ରାୟ ନଥିଲା” ବୋଲି ସେ କହିଛନ୍ତି । “ମୁଁ ତ ବିଜେଡି ଛାଡି ନଥିଲି , ମତେ ଦଳରୁ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି ।”  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.