Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡି କରିବ ଆନ୍ଦୋଳନ

4/09/2018 at 6:29 PM

ଭୁବନେଶ୍ବର ୪|୯: ଆକାଶ ଛୁଆଁ ହେଲା ପେଟ୍ରୋଲ ଓ ଡିଜେଲ ଦର। ପ୍ରତିଦିନ ବଢ଼ିବାରେ ଲାଗିଛି ତେଲ ଦର। ଏଭଳି ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଲେଣି ସାଧାରଣ ଲୋକ । ଏପଟେ ରାଜନୀତି ବି ଜୋର ଧରିଲାଣି। କଂଗ୍ରେସ ରାଜରାସ୍ତକୁ ଓହ୍ଲାଇଥିବାବେଳେ ବିଜେଡି ତିନି ଦିନ ରାଜ୍ୟବ୍ୟାପୀ କରିବ ବିକ୍ଷୋଭ । ବିଜେପି ରଖିଛି ଜବାବ।
ହୁ ହୁ ହୋଇ ବଢ଼ୁଛି ତେଲ ଦର। ଡିଜେଲ ଓ ପେଟ୍ରାଲ ଦର ଆକାଶ ଛୁଆଁ। ଭୁବନେଶ୍ବରରରେ ପେଟ୍ରୋଲ ଲିଟର ପିଛା ୭୮ଟଙ୍କା ୧୮ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୭୬ଟଙ୍କା ୯୦ ପଇସାରେ ପହିଞ୍ଚିଛି । ବର୍ଷକ ତଳେ ପେଟ୍ରୋଲ ଲିଟର ପିଛା ୬୮ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ଥିଲା ୬୧ ଟଙ୍କା ଥିଲା। ବର୍ଷକରେ ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ବଢ଼ିଛି। ଡିଜେଲରେ ବଢ଼ିଛି ଲିଟର ପିଛା ୧୬ ଟଙ୍କା । ସେହପରି କୋଲକତାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୮୨ଟଙ୍କା ୦୩ ପଇସା, ମୁମ୍ବାଇରେ ୮୬ଟଙ୍କା୫୬ ପାଇସା, ଚେନ୍ନାଇରେ ୮୨ ଟଙ୍କା ୩୦ ପଇସା ଏବଂ ଦିଲ୍ଲୀରେ ରହିଛି ୮୬ ଟଙ୍କା ୭୨ ପଇସା। ତେଲ ଦର ପ୍ରତି ଦିନ ବଢ଼ୁଥିାବାରୁ ଲୋକଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ସେପେଟ ମହଙ୍ଗା ମାଡକୁ ତେଲ ଦର ବୃଦ୍ଧି ଲୋକଙ୍କୁ ଅଣନିଶ୍ବାସୀ କରିଦେଇଛି। ତାତିଲେଣି ସାଧରଣ ଲୋକେ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦେଖି ରାଜନୀତି ଜୋର ଧରିଲାଣି। କଂଗ୍ରେସ ଗତକାଲି ରାଜରାସ୍ତାକୁ ଓହ୍ଲାଇଥିଲା। ବିଜେଡି ବି ରାଜରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି । ୭, ୮ଏବଂ ୯ ତାରିଖ ୩ଦିନ ଧରି ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ପ୍ରାର୍ଯ୍ୟୟକ୍ରମେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଧର୍ମଘଟ କରିବ। ବିଜେଡିର ଯୁକ୍ତି ଅନ୍ତଜାର୍ତୀୟ ବଜାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଟଙ୍କା ଥିବାବେଳେ କେନ୍ଦ୍ର ସରାକର ଜିଜିଆ କର ଲଗାଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଏପଟେ କଂଗ୍ରେସ କହିଛି ବିଜେଡିର କୌଣସି ଅଧିକାର ନାହିଁ ଆନ୍ଦୋଳନ କରିବା ପାଇଁ। କାରଣ ରାଜ୍ୟସରାକର ତେଲ ଉପରେ ୨୬ ପ୍ରତିଶତ ଭ୍ୟାଟ ଲାଗୁ କରିଛନ୍ତି। ବିଜେପି ବି ସମାନ ଯୁକ୍ତି କରି ରାଜ୍ୟ ସରକାରଙ୍କୁ ଭାଟ୍ ଛାଡ଼ କରିବାକୁ କହିଛି।
ସେପଟେ ପେଟ୍ରୋଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ଅଡୁଆରେ ପଡ଼ିଛନ୍ତି ବିଜେପି ସାଂସଦ ନଳିନୀ କୋହଲି। ଦର ବୃଦ୍ଧି ଗୁଡ ନ୍ୟୁଜ ବୋଲି କହି ନଳିନୀ କୋହଲି ବିବାଦରେ ପଡ଼ିଛନ୍ତି। ପରେ ଅବଶ୍ୟ କଥା ବୁଲେଇ ସେ କହିଛନ୍ତି ଯେ ଏବେ ପେଟ୍ରୋଲ ଉପରେ ଜିଏସଟି ଲାଗୁ ହେବା ସମୟ ଆସିଛି। ସେପଟେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଏହା ଡଲାରର ମୂଲ୍ୟ ବୃଦ୍ଧିର ପ୍ରଭାବ।
ପେଟ୍ରୋଲ ଉପରେ କେନ୍ଦ୍ରସରକାର୧୯ଟଙ୍କା ୪୮ ପଇସା ଏକ୍ସସାଇଜ ଡ୍ୟୁଟି ନେଉଥିବାବେଳେ ରାଜ୍ୟସରାକର ୨୪.୯୭ପଇସା ନେଉଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ଲାଭଖୋର ମନବୃତି ଛାଡିଲେ ପେଟ୍ରୋଲ ଓ ଡିଜେଲର ଦର କମିବ। ନଚେତ ଏହି ଭଳି ଦର ବଢ଼ିଲେ ଅତ୍ୟାବଶ୍ୟକ ସମାଗ୍ରୀ ମହାଙ୍ଗ ହେବ। ଆଉ ସାଧାରଣ ଲୋକେ ହନ୍ତସନ୍ତ ହେବେ।

   Related Posts