ଖୁବ୍‌ଶୀଘ୍ର ଘୋଷଣା ହେବ ବିଜେଡିର ଦ୍ବିତୀୟ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩ : ଚଳିତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପୂର୍ବରୁ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେଡି। ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ୬୩ଟି ବିଧାନସଭା ଆସନରୁ ୫୪ଟି ଆସନପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଦଳ। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ୯ଟି ଆସନ ବାକି ରହିଛି। ତେବେ ୯ଟି ଆସନ ସମେତ ଅନ୍ୟ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ।

ସେହିଭଳି ବର୍ତ୍ତମାନ ସୁଦ୍ଧା ବିଜେଡ଼ି ମାତ୍ର ୯ଟିଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଅବଶିଷ୍ଟ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ତେଣୁ ହାତରେ ଆଉ ସମୟ ନଥିବାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ୨ଟି ପର୍ଯ୍ୟାୟରେ ବିଜେପି ଅଦ୍ୟାବଧି ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେହିଭଳି କଂ​‌ଗେସ ୬ଟି ଲୋକସଭା ଓ ୮୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପଟେ ବିଜେଡିର ଟିକେଟ ଘୋଷଣା ବିଳମ୍ବ ନେଇ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ବିଜେଡି ଦୀର୍ଘଦିନରୁ ବିଜେପିକୁ ଡରୁଛି । ପ୍ରାର୍ଥୀ ବଦଳାଇଲେ, ଚେହେରା ବଦଳି ଯିବନି । କୁଆଡେ ଗଲା ବାହାସ୍ପଟ, କୁଆଡେ ଗଲା ଅହଙ୍କାର । ସ୍ଥାଣୁତା, ଅପାରଗତା ଶୀର୍ଷ ସ୍ଥାନରେ ପହଞ୍ଚିଛି ବୋଲି ସମୀର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.