Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଆଜି ଅପରାହ୍ନରେ ବିଜେଡିର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କଣ ରହିଛି ଏଥିରେ

9/04/2019 at 2:08 PM

ଭୁବନେଶ୍ବର ୯|୪ : ବିଜୁ ଜନତା ଦଳ ଆଜି ପ୍ରକାଶ କରିବ ଇସ୍ତାହାର । କଂଗ୍ରେସ ଓ ବିଜେପି ଜାତୀୟ ସ୍ତରରେ ଓ ଆଞ୍ଚଳିକ ସ୍ତରରେ ସେମାନଙ୍କ ଇସ୍ତାହାର ପ୍ରକାଶ କରିସାରିଛି । ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଅପରାହ୍ନ ୪ଟାରେ ବିଜୁ ଜନତା ଜଳ ତାର ଇସ୍ତାହାର ପ୍ରକାଶ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ପ୍ରଚାରରୁ ଫେରିବା ପରେ ଇସ୍ତାହାର ପ୍ରକାଶ କାର୍ଯ୍ୟକ୍ରମରେ ଯୋଗଦେବେ ।

ନିର୍ବାଚନରେ ଭୋଟରଙ୍କ ମନ କିଣିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲମ୍ବା ତାଲିକା ଇସ୍ତାହାରରେ ରଖିଛନ୍ତି । କଂଗ୍ରେସ ତା ଇସ୍ତାହାରକୁ ହମ୍ ନିଭାୟେଙ୍ଗେ ନାଁ ଦେଇଥିବାବେଳେ ବିଜେପି ଏହା ସଂକଳ୍ପ ଭାରତ ସଂକଳ୍ପିତ ଭାରତ ସଶକ୍ତ ଭାରତ ନାଁ ଦେଇଛି ।  ବିଜେପି ୭୫ଟି ସଂକଳ୍ପକୁ ୨୦୨୨ସୁଦ୍ଧା କାର୍ଯ୍ୟକାରୀ କରିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ଭତ୍ତା ସାଙ୍ଗକୁ ୬୦ବର୍ଷ ପରେ ଚାଷୀଙ୍କ ଲାଗି ପେନସନ ବ୍ୟବସ୍ଥା ଭଳି ଗୁରୁତ୍ବପୂରର୍ଣ୍ଣ ଘୋଷଣା କରିଛି ।

ଅପରପକ୍ଷରେ ନ୍ୟାୟ ଯୋଜନାରେ ୨୦ପ୍ରତିଶତ ଗରିବଲୋକଙ୍କୁ ବାର୍ଷିକ ୭୨ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ପାଇଁ କଂଗ୍ରେସ ଘୋଷଣା କରିଛି । ତେଣୁ ଆଜି ବିଜେଡି ଇସ୍ତାହାରରେ କଣ ରହିବ ତାକୁ ନଜର ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସୂତନାଯୋଗ୍ୟ ଯେ, ଗତକାଲି କଳାହାଣ୍ଡିଠାରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଲାଗି ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଗରିବ ଝିଅମାନଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ସେହିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୫ହଜାର କୋଟି ଟଙ୍କାର ସରକାରୀ କାର୍ଯ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଝିଅମାନଙ୍କ ଲାଗି କେଜିଠୁ ଆରମ୍ଭ କରି ମେଡିକାଲ, ଇଂଜିନିୟରିଂ ଆଦି ମାଗଣା ଶିକ୍ଷା ପ୍ରଦାନ କରାଯିବା ସଂପର୍କରେ ମଧ୍ୟ ଘୋଷଣା କରିଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାରରେ ଏସବୁ ସ୍ଥାନ ପାଇବା ସହ ଚାଷୀଙ୍କ ସଂପର୍କରେ ମଧ୍ୟ ବହୁ ଘୋଷଣା କରିବା ସମ୍ଭାବନା ରହିଛି ।  

   Related Posts