ଜାତୀୟ ରାଜନୀତିରେ ଫିକା ପଡୁଛି ମହାମେଣ୍ଟ : ନବୀନଙ୍କ ବିବୃତ୍ତି ପରେ କଂଗ୍ରେସ କହିଲା ବିଜେଡି-ବିଜେପି ଭାଇ ଭାଇ

Published By : Prameya-News7 Bureau | January 09, 2019 IST

ଜାତୀୟ ରାଜନୀତିରେ ଫିକା ପଡୁଛି ମହାମେଣ୍ଟ । ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ କଂଗ୍ରେସ ନେତୃତ୍ବରେ ମହାମେଣ୍ଟରେ ସାମିଲ ହେବାକୁ କୁଣ୍ଠା ବୋଧ କରୁଥିବାରୁ ରାଜନୈତିକ ଦୃଶ୍ୟପଟ ବଦଳିବାକୁ ଯାଉଛି। ମହାମେଣ୍ଟ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ସମୟ ହୋଇନି ବୋଲି  କହିବାର ମାତ୍ର କେଇଘଣ୍ଟା ଭିତରେ ନବୀନ ସିଧା ମନାକରି ଦେଇଛନ୍ତି ମହାମେଣ୍ଟରେ ବିଜେଡି ମିଶିବ ନାହିଁ । ମମତା ବାନାର୍ଜି, ଅଖିଳେଶ ସିଂହ, ମାୟାବତୀ, କେସିଆର ଆଦି ନେତାଙ୍କ ପରେ ନବୀନଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ବିରୋଧି ରାଜନୀତିରୁ ଜନ୍ମ ହୋଇଥିବା ଆଞ୍ଚଳିକ ଦଳ ମୋଦିଙ୍କୁ ହଟାଇବାକୁ ଏକ ହୋଇପାରିବେନି ।…..

wp:gallery {"ids":[72092]} /wp:gallery

କାଲି ବିଜେଡି ସୁପ୍ରିମୋ ଦିଲ୍ଲୀରେ କହିଥିଲେ ମହାମେଣ୍ଟ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦରକାର । ଆଜି କିନ୍ତୁ ସ୍ପଷ୍ଟ କରିଦେଲେ ଯେ ବିଜେଡି ମହାମେଣ୍ଟରେ ଯିବନି । ଅର୍ଥାତ କଂଗ୍ରେସ ନେତୃତ୍ବରେ ଦେଶରେ ଯେଉଁ ମହାଗଠବନ୍ଧନ ପାଇଁ ପ୍ରସ୍ତୁତି ଚାଲିଛି ସେଥିରୁ ବିଜେଡି ଦୂରେଇ ରହିବ ଏହା ସ୍ପଷ୍ଟ ହୋଇଯାଇଛି । ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭେଟିବାଏବଂ ପରେ ପରେ କେସିଆର ଅନ୍ୟନେତାଙ୍କ ସହିତ କଥାବାର୍ତ୍ତା ଜାରି ରଖିବା ଏକ ନୂଆ ମେଣ୍ଟର ଆଭାସ ଦେଉଥିଲା। ଏନେଇ କଳ୍ପନାଜଳ୍ପନା କଳ୍ପନାରେ ହିଁ ରହିଗଲା, ଯାହାକୁ ଆଜି ସିଧା ଏଡ଼େଇଦେଲେ ନବୀନ।

wp:gallery {"ids":[72093]} /wp:gallery

ଏହାକୁ ନେଇ ରାଜ୍ୟ ରାଜନୀତିରେ ବୟାନବାଜି କିନ୍ତୁ ଥମିନି । କଂଗ୍ରେସ ନବୀନଙ୍କ ଏଭଳି ମନ୍ତବ୍ୟକୁ ହଜମ କରିପାରିନି । ଦେଶରେ ମୋଦି ହଟାଅ ଅଭିଯାନରୁ ବିଜେଡି ଓହରିଯିବା ପଛରେ ନବୀନଙ୍କ ବିଜେପି ପ୍ରିତି ପଦାକୁ ଆସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେହେତୁ ବିଜେପି ସମର୍ଥନରେ ବିଜେଡି ରାଜ୍ୟ ଶାସନକୁ ଆସିଥିଲା ସେଥିପାଇଁ ବିଜେପି ହାତ ଛାଡିବାକୁ ନବୀନ କୁଣ୍ଠାବୋଧ କରୁଛନ୍ତି ବୋଲି କଂଗ୍ରେସ କହିଛି ।

wp:gallery {"ids":[72094]} /wp:gallery

ଜାତୀୟ ରାଜନୈତିକ ଦୃଶ୍ୟପଟରେ କଂଗ୍ରେସ ନେତୃତ୍ବାଧିନ ମହାମେଣ୍ଟ ପ୍ରସଙ୍ଗ ବି ଧିରେଧିରେ ଫୁସୁକି ଯାଉଥିବା ଭଳି ମନେହେଉଛି । କେବଳ ନବୀନ ନୁହଁନ୍ତି ମମତା ବାନାର୍ଜି, ଅଖିଳେଶ ଯାଦବ ଓ ମାୟାବତୀଙ୍କ ଭଳି ନେତା ତ ରୋକଠୋକ୍ ମନାକଲେଣି କଂଗ୍ରେସ ସହ ସିଧାସଳଖ ମେଣ୍ଟରେ ଯିବା ପାଇଁ । ସେପଟେ ଟିଆରଏସ ନେତା କେସିଆର  କଂଗ୍ରେସ ଲେଡ୍ ମହାମେଣ୍ଟ ବିରୋଧରେ ଆଞ୍ଚଳିକ ଦଳଙ୍କୁ ଏକାଠି କରିବା ଯୋଜନାରେ କସରତ କରିଛନ୍ତି। ଯାହା ଲାଗୁଛି କଂଗ୍ରେସକୁ ବିରୋଧ କରି ଯେଉଁସବୁ ଆଞ୍ଚଳିକ ଦଳ ଗଠନ ହୋଇଥିଲେ ସେମାନେ ନିଜର ଅସ୍ତିତ୍ବ ରକ୍ଷା ପାଇଁ କଂଗ୍ରେସକୁ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତି । ଯାହାକି ଏନଡିଏକୁ ସୁହାଇଛି।

wp:gallery {"ids":[72095]} /wp:gallery

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ବିରୋଧି ଏକ ମହାମେଣ୍ଟ ସାମ୍ନାକୁ ଆସିବ ବୋଲି ଧାରଣା ସୃଷ୍ଟି ହୋଇଥିଲା । କର୍ଣ୍ଣାଟକ ନିର୍ବାଚନ ପରେ ଏଭଳି କିଛି ଝଲକ ବି ମିଳିଥିଲା । କିନ୍ତୁ କଂଗ୍ରେସ ଏକାକୀ ହିନ୍ଦି ହାର୍ଟ ଲ୍ୟାଣ୍ଡର ୩ଟି ରାଜ୍ୟକୁ ନିଜ କବଜାକୁ ନେବାପରେ ଜାତୀୟ ରାଜନୈତିକ ଦୃଶ୍ୟପଟ ହଠାତ୍ ବଦଳିଗଲା ଭଳି ଲାଗୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.