Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏକ୍ଜିଟ୍ ପୋଲ୍ ସତ ହେଲେ ବିଜେଡିର ରହିବନି ବାର୍ଗେନିଂ ପାୱାର, ଜାଣନ୍ତୁ କାହିଁକି

21/05/2019 at 6:26 PM

ଭୁବନେଶ୍ବର୨୧|୫: ଏକଜିଟ୍ ପୋଲ୍ ଫଳକୁ ନେଇ ଏବେବି ଚାଲିଛି ଅଙ୍କ କଷା । ପ୍ରତିଦିନ ନେତାଏ ନୂଆ ନିର୍ଯ୍ୟାସରେ ପହଁଚୁଛନ୍ତି । ଯଦି କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସେ ତାହାଲେ ବିଜେଡିର ଭୂମିକାକୁ ନେଇ ବି ସସପେନ୍ସ ଜାରି ରହିଛି । ଦଳ ନିଜଆଡୁ କେନ୍ଦ୍ର ସରକାରରେ ସାମିଲ ହେବ ନା ମଧ୍ୟମ ପନ୍ଥା ଧରିବ ତାହା ଏବଠୁ କହିହେଉନି । ଏକଥା ସତ ଯେ ବିଜେଡି ଆଗକୁ କଠିନ ପରିସ୍ଥିତିର ସାମ୍ନା କରିବ ଏବଂ ବାର୍ଗେନିଙ୍ଗ ପାୱାର ହରାଇବ । ଯଦି  ଏକ୍‌ଜିଟ ପୋଲ୍ ଏକଜାକ୍ଟ ପୋଲରେ ପରିଣତ ନହୁଏ ତାହାଲେ ବିଜେଡି ପାଇଁ ପୁଣି ୫ ବର୍ଷ ସହଜ ହେବ ରାଜ୍ୟ ଶାସନ ଚଲାଇବାକୁ ।

ସାଧାରଣ ନିର୍ବାଚନ ଫଳ ବାହାରିବାକୁ ଆଉ ୪୮ ଘଣ୍ଟା ବାକି । କିନ୍ତୁ ଏକ୍ଜିଟ ପୋଲ୍ ଫଳ ଦେଖି ଏବେବି କେଉଁ ଦଳ ନର୍ଭସ ତ କିଏ ଉତଫୁଲ୍ଲିତ । ସମସ୍ତଙ୍କ ନଜର ରହୁଛି କେନ୍ଦ୍ରରେ ସ୍ପଷ୍ଟ ବହୁମତରେ କିଏ ଗଢୁଛି ସରକାର । ଯଦି ଏନଡିଏ ବିନା କାହା ସମର୍ଥନରେ ସରକାର ଗଢେ ତାହାଲେ ବିଜେଡିର ଆଭିମୁଖ୍ୟ କଣ ହେବ । ଏଭଳି ପରିସ୍ଥିତିରେ ବିଜେଡି ତାର ବାର୍ଗେନିଙ୍ଗ ପାୱାର ହରାଇବ । ଦଳ ପୁଣି ସମଦୂରତା ଥିଓରୀକୁ ଫେରିବ ନାଁ କେନ୍ଦ୍ର ସରକାରରେ ସାମିଲ ପାଇଁ ନିଜ ଆଡୁ ଅଫର ଦେବ ତା ଉପରେ ସମସ୍ତଙ୍କ ନଜର ରହିବ । ବିଜେଡିର ଯୁକ୍ତି, କେନ୍ଦ୍ରୀୟ ଦଳଗୁଡ଼ିକ ବିଜେଡି ପାଖକୁ ହିଁ ଆସିବେ । ନହେଲେ ରାଜ୍ୟବାସୀଙ୍କ ମାଣ୍ଡେଟ୍ ଅନୁଯାୟୀ ଦଳ କାମ କରିବ ।

ଏକଜିଟ ପେଲ ଅନୁସାରେ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧି ଦଳ ଭାବେ ଉଭା ହେବ ବୋଲି ଆକଳନ କରାଯାଉଛି । ଏଭଳି ସ୍ଥିତିରେ ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରୁ ବିଜେଡି ଉପରେ ଚାପ ସୃଷ୍ଟିକରିବାରେ ସଫଳ ହେବ । ଆଉ ଯଦି ଏକଜିଟ ପୁଲ୍ ଏକଜାକ୍ଟ ପେଲ୍.ରେ ପରିଣତ ନହୁଏ ଏବଂ କେନ୍ଦ୍ରରେ ମୋଦି ସରକାର ପାଇଁ ବିଜେଡିର ସମର୍ଥନ ଦରକାର ପଡେ ତାହାଲେ ସ୍ଥିତି ଓଲଟିଯିବ । ବିଜେଡି ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତାଙ୍କ ଉପରେ ପ୍ରଭାବ ବିସ୍ତାର କରିବ । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ଦୁର୍ବଳ ସ୍ଥିତିକୁ ଠେଲି ହୋଇଯିବ ବୋଲି ଆକଳନ କରାଯାଉଛି।

  

ଗୋଟିଏ ପଟେ ଏକଜିଟ ପୁଲ୍ ସବୁ ଦଳର ନେତାଙ୍କ ଛାତି ଧଡଧଡ୍ କରୁଥିବା ବେଳେ ଅନ୍ୟପଟେ ଓଡିଶାରେ ମୋଦି ହାୱା ପାଇଁ କେତେ ପ୍ରତିଶତ ଭୋଟ ବିଜେପି ଖାତାକୁ ଯାଇଛି ତାକୁ ନେଇ ଚାଲିଛି ମିଶାଣ ଫେଡାଣ ।

   Related Posts