ନୂଆ ବର୍ଷରେ ବିରୋଧୀଙ୍କ ନୂଆ ଆଶା: ଶାସକ ଦଳକୁ ଟକ୍କର ଦେବାକୁ ବିଜେପି ଏବଂ କଂଗ୍ରେସ ଆଶାବାଦୀ

Published By : Prameya-News7 Bureau | January 01, 2020 IST

ଭୁବନେଶ୍ବର୧/୧: ଗତ ୨୦ ବର୍ଷ ଧରି ଓଡ଼ିଶା ରାଜନୀତିରେ ବିଜେଡିର ଏକଚାଟିଆ ଆଧିପତ୍ୟ ଦେଖିବାକୁ ମିଳିଛି । କିନ୍ତୁ ନୂଆ ବର୍ଷ, ନୂଆ ଦଶନ୍ଧିର ଆରମ୍ଭ ସହ ଚିତ୍ର ବଦଳିବ ବୋଲି ବିରୋଧୀ ଶିବିର ଖୁବ୍‌ ଆଶାବାଦୀ । ବିଜେଡିକୁ ଟକ୍କର ଦେବାକୁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଆଶାବାଦୀ । ତେଣୁ ୨୦୨୦ରେ ସାଂଗଠନିକ ସ୍ଥିତି ସୁଧାରିବା ସହ ପୌର ନିର୍ବାଚନ ପରୀକ୍ଷାରେ ସଫଳ ହେବା ପାଇଁ

{"id":205563,"sizeSlug":"large"}

ବିରୋଧୀଙ୍କୁ ଚକମା ଦେଇ ଦଳକୁ ବିଜୟୀ କରିବା କଳାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଦ୍ଧହସ୍ତ । କିନ୍ତୁ ନୂଆ ବର୍ଷର ଆରମ୍ଭ ପୂର୍ବରୁ ନବୀନ ପୁଣି ଏକ ଗୁଗୁଲି ପକାଇଛନ୍ତି । ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ । ଏପରିକି ତାଙ୍କ ଉପରେ ବି ନୁହେଁ କହି ନବୀନ ରାଜନୈତିକ ମହଲରେ ନୂଆ ଆଲୋଚନାର ଖୋରାକ ଯୋଗାଇଛନ୍ତି । କିଏ ତାଙ୍କ ପରେ ଦଳର ମଙ୍ଗ ଧରିବ ଏହି ଅସମାହିତ ପ୍ରଶ୍ନକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ମାତ୍ର, ବିଜେଡି ନେତାଏ ଦୃଢ ନିଶ୍ଚିତ, ନବୀନଙ୍କ ଲୋକପ୍ରିୟତା, ପ୍ରଶାସନିକ ସଫଳତା, ମୋ ସରକାର ଏବଂ ୫ଟି ଭଳି ନୂତନ କାର୍ଯ୍ୟକ୍ରମ ଦଳକୁ ଅଧିକ ସଫଳ କରିବ ବୋଲି ଦଳର ନେତାଏ ଆଶା ବାନ୍ଧିଛନ୍ତି ।

{"id":205564,"sizeSlug":"large"}

ଏକଦା ଓଡ଼ିଶାରେ ରାଜ କରୁଥିବା କଂଗ୍ରେସ, ଗୋଷ୍ଠୀକନ୍ଦଳ ଏବଂ ବାରମ୍ବାର ପିସିସି ମୁଖ୍ୟ ପରିବର୍ତ୍ତନ ପାଇଁ ଏବେ ୩ନମ୍ବର ସ୍ଥାନକୁ ଖସିଲାଣି । କିନ୍ତୁ ନୂଆ ବର୍ଷରେ ପିସିସି ଟିମ ପୁନର୍ଗଠନ ନିଶ୍ଚିତ ।, ନୂଆ ଟିମ ସାଂଗଠନିକ ଦୁର୍ବଳତା ସୁଧାରି ଦଳର ସ୍ଥିତି ସୁଧାରି ପାରିବ ବୋଲି ପିସିସି ମୁଖିଆ ଆଶାବାଦୀ । ସେପଟେ, ଗତ ନିର୍ବାଚନରେ ମୁଖ୍ୟ ବିରୋଧୀ ଆଖ୍ୟା ପାଇଥିବା ବିଜେପି ପାଇଁ ଆଗକୁ ଆହୁରି ଅଛି ଏସିଡ ଟେଷ୍ଟ। କାରଣ ଆଉ କିଛି ଦିନ ଭିତରେ ଦଳର ନୂଆ ରାଜ୍ୟ ସଭାପତି ଚୟନ କରାଯିବ।

{"id":205565,"sizeSlug":"large"}

ତେଣୁ, ନୂଆ ବର୍ଷରେ ନୂତନ ଉତ୍ସାହ ସହ  ବିରୋଧୀ ଦଳଗୁଡ଼ିକ ସଂଗଠନ ମଜଭୁତ କରିବାକୁ ଆଶା ରଖିଛନ୍ତି। ତେବେ ବରିଷ୍ଠ ନେତା ଦାମୋଦର ରାଉତ ଆଶା ବାନ୍ଧିଛନ୍ତି 5T ଏବଂ ମୋ ସରକାର ବିଜେଡିକୁ ଅଧିକ ଲୋକପ୍ରିୟ କରିବ। ଆଉ ବିରୋଧୀଙ୍କ ଚିନ୍ତା ବଢ଼ାଇବ।  ତିନି ପ୍ରମୁଖ ରାଜନୈତିକ ଶକ୍ତି ଆଗକୁ ଥିବା ପୌର ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଆପ୍ରାଣ ଉଦ୍ୟମ କରିବେ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.