ଯଦି ପିଏମ କିଶାନ ଟଙ୍କା ହିତାଧିକାରୀଙ୍କ ପାଖକୁ ଆସିବାରେ ଅସୁବିଧା ନାହିଁ ତାହାଲେ କାହିଁକି କାଳିଆ ଯୋଜନା ଟଙ୍କା ଦେବାରେ ଆସୁବିଧା କୋଉଠି ପ୍ରଶ୍ନ କଲା ବିଜେଡି

Published By : Prameya-News7 Bureau | March 25, 2019 IST

ଭୁବନେଶ୍ବର୨୫|୩: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ବିଜେଡିର ବିଷୋଦଗାର । ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଟଙ୍କା ଦେବାରେ ରୋକ ଲଗାଇଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ଏନେଇ ଦଳ ଦିଲ୍ଲୀଯାଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି କହିଛି । ବିଜେପି କହିଛି କାଳିଆ ହିତାଧିକାରୀଙ୍କ ନାଁ ଆଗ ସର୍ବସାଧାରଣରେ ପ୍ରକାଶ କର ।  ଏହା ନକରି ଲୋକଙ୍କୁ ଭୁଆଁ ବୁଲେଇ ପାରିବ ନାହିଁ ବିଜେଡି ।…

{"id":96813}

କାଳିଆ ଏବେ କଣ୍ଟା ହେଲାଣି । ଏପ୍ରିଲ ୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଦେଇଥିଲେ। ଏବେ କାଳିଆ ଟଙ୍କା ଅଟକିଯିବାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ । କାଳିଆ ଯୋଜନାରେ ହିତାଧିକାରୀଙ୍କ ଟଙ୍କା କାହିଁକି ଅଟକା ଯାଇଛି ସେନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେବ ବିଜେଡି । ଖୁବ୍ ଶିଘ୍ର ଦିଲ୍ଲିରେ ମୁଖ୍ୟନିର୍ବାଚନ କମିଶନଙ୍କୁ ଭେଟିବ ବିଜେଡିର ଏକ ଟିମ୍ ।   ବିଜେଡିର ଅଭିଯୋଗ, ଯଦି ପିଏମ କିଶାନ ଟଙ୍କା ହିତାଧିକାରୀଙ୍କ ପାଖକୁ ଆସିବାରେ ଅସୁବିଧା ନାହିଁ ତାହାଲେ କାହିଁକି କାଳିଆ ଯୋଜନା ଟଙ୍କାକୁ ମୁଖ୍ୟନିର୍ବାଚନ ଅଧିକାରୀ ଅଟକାଉଛନ୍ତି । କାଳିଆ ଯୋଜନା  ପିଏମ୍ କିଶାନ ଯୋଜନା ଆଗରୁ ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଆସିଛି । କିନ୍ତୁ ବିଜେପି ଚାପରେ କାଳିଆ ଟଙ୍କା ହିତାଧିକାରୀଙ୍କ ପାଖକୁ ଯିବାକୁ ଦେଉନାହାଁନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

{"id":96814}

କାଳିଆ ଯୋଜନାରେ ଦୁଇଟି ପର୍ଯାୟରେ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଛି । ବାକି ଆବେଦନ କାରୀଙ୍କ ତାଲିକା ଯାଞ୍ଚ କରି ସେମାନଙ୍କୁ କାଳିଆ ଅର୍ଥ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଯୁକ୍ତି, ଯେ ନୂଆ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ଅର୍ଥ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଘନ । ତେଣୁ ଯାହା ହେବ ନିର୍ବାଚନ ପରେ । ବିଜେପିର ପାଲଟା ଅଭିଯୋଗ ହେଉଛି କାଳିଆ ଯୋଜନା ତାଲିକା ସ୍ବଛ ନୁହେଁ । ସେଇଥିପାଇଁ କେଉଁମାନେ ହିତାଧିକାରୀ ସେମାନଙ୍କ ନାଁ ପବ୍ଲିକ ଡୋମେନରେ ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କ ପିଏମ୍ କିଶାନ ଯୋଜନାରେ ଧୂଳିମଳି ନାହିଁ । କାଳିଆ ଯୋଜନା ଟଙ୍କାକୁ ନିର୍ବାଚନ ବେଳେ ନବାଣ୍ଟିବାକୁ ବିଜେପି ମୁଖ୍ୟନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ।  

{"id":96815}

ଚଳିତ ନିର୍ବାଚନରେ ଫୋକସରେ ଅଛନ୍ତି ଚାଷୀ । ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ କୃଷକଙ୍କ ଭୋଟ ହାତେଇବାକୁ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ପିଏମ୍ କିଶାନ ଯୋଜନାରେ କୃଷକଙ୍କୁ ଆପଣାଇବାକୁ ଲାଗିଛନ୍ତି ।  

wp:gallery {"ids":[96817]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.