ନବୀନ କଲେ ଘୋଷଣା : ବିଧାନସଭା ନିର୍ବାଚନରେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଦିଆଯିବ ଅଗ୍ରାଧିକାର

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର ୧୪|୩ : ବିଧାନସଭା ନିର୍ବାଚନରେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଅନୁଷ୍ଠିତ ହେଉଥିବା ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଲାଗି ଗତକାଲି ସନ୍ଧ୍ୟାରୁ ନବୀନ ନିବାସରେ କସରତ ଆରମ୍ଭ ହୋଇଥିବା ବେଳେ ଆଜି ନବୀନଙ୍କ ଏହି ବକ୍ତବ୍ୟ ଆଶାୟୀ ମହିଳା ପ୍ରାର୍ଥୀଙ୍କୁ ଉତ୍ସାହିତ କରିଛି ।

{"id":93436}

ସୂଚନାଯୋଗ୍ୟ ଯେ, ଲୋକସଭା ପ୍ରାର୍ଥୀଙ୍କ ଚୟନ ବେଳେ ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍ ପ୍ରଦାନ କରାଯିବ ବୋଲି ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ପାଇଁ ଘୋଷଣା କରିଥିବା ତୃଣମୂଳ କଂଗ୍ରେସର ୪୨ଜଣିଆ ପ୍ରାର୍ଥୀ ତାଲିକାରେ ୪୧ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସ୍ଥାନିତ କରିଛନ୍ତି । ଜାତୀୟ ସ୍ତରରେ ଉଭୟ ବିଜେଡି ଓ ତୃଣମୂଳ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ନେଇ ଯୋରଦାର ଚର୍ଚ୍ଚା ଚାଲିଥିବାବେଳେ ଆଜି ନବୀନ ବିଧାନସଭା ପାଇଁ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା ସଂପର୍କରେ ସୂଚନା ଦେଇ ବିରୋଧୀଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛନ୍ତି ।

{"id":93437}

ଇତିହାସକୁ ଦେଖିଲେ ଜଣାଯାଏ ଯେ, ଓଡିଶାରେ ବିଧାନସଭା ହେଉ ବା ଲୋକସଭା ପାଇଁ ହେଉ ମହିଳା ପ୍ରାର୍ଥୀ ଦେବା କ୍ଷେତ୍ରରେ ସବୁ ରାଜନୈତିକ ଦଳ ପଛରେ ରହିଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ୧୪୭ ଜଣ ସଦସ୍ୟଙ୍କ ମଧ୍ୟରୁ ମହିଳା ସଦସ୍ୟ ଥିଲେ ମାତ୍ର ୧୧ଜଣ । ଏଥର ବିଜେଡିର ମହିଳାଙ୍କୁ ଅଗ୍ରାଧିକାର ଦେବା କଥା ଘୋଷଣା ପରେ ବିଧାୟିକାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

{"id":93438}

ଓଡିଶାରେ ମହିଳା ପ୍ରତିନିଧିଙ୍କ କିଛି ତଥ୍ୟ ଉପରେ ଆସନ୍ତୁ ନଜର ପକାଇବା ;

-ମାତ୍ର ୧୦୭ ଥର ୬୩ ଜଣ ମହିଳା ନିର୍ବାଚିତ ହୋଇଛନ୍ତି

ଶତକଡ଼ା ମାତ୍ର ୪.୪%

-୨୦ରୁ ଅଧିକ ମହିଳା ଏକାଧିକ ବାର ନିର୍ବାଚିତ ହୋଇଛନ୍ତି

-୧୯୩୭ ସାଧାରଣ ନିର୍ବାଚନରେ ସରଳା ଦେବୀ ଜିତିଥିଲେ

-ବ୍ରହ୍ମପୁର ଆସନରୁ ଏ. ଲକ୍ଷ୍ମୀବାଇ ଜିତିଥିଲେ

-୧୯୪୬ରେ ପ୍ରିୟମ୍ବଦା ଦେବୀ ବିଧାୟିକା ହୋଇଥିଲେ

{"id":93439}

-ବ୍ରହ୍ମପୁର ଆସନରୁ ପୁଣି ଥରେ ଏ. ଲକ୍ଷ୍ମୀବାଇ ଜିତିଥିଲେ

-ପଟ୍ଟାମୁଣ୍ଡାଇରୁ କୁମାରୀ ରାମ୍ ରାଜ୍, ରାଜନଗରରୁ ସରସ୍ବତୀ ଦେବୀ

ରଣପୁରରୁ ବସନ୍ତ ମଞ୍ଜରୀ ଦେବୀ ଜିତିଥିଲେ

-୧୯୫୭, ୧୯୬୧ ଏବଂ ୧୯୬୭ରେ ୫ ଜଣ ଲେଖାଏଁ ମହିଳା ଜିତିଥିଲେ

-୧୯୭୭ରେ ୭ ଜଣ, ୧୯୮୦ରେ ୫ ଜଣ, ୧୯୮୫ରେ ୭ ଜଣ ଜିତିଥିଲେ

-୧୯୯୦ରେ ୮ ଜଣ, ୧୯୯୫ରେ ୯ ଜଣ ମହିଳା ବିଧାନସଭା ଯାଇଥିଲେ

-୨୦୦୦ରେ ୧୪ ବିଧାୟିକା ଜିତିଥିଲେ

{"id":93440}

-୨୦୦୪ରେ ୧୨ ଜଣ ମହିଳା ବିଧାନସଭା ଗୃହରେ ଥିଲେ

-୨୦୦୯ରେ ମାତ୍ର ୭ ଜଣ ମହିଳା ଜିତିଥିଲେ

 -୨୦୧୪ରେ ୧୧ ଜଣ ବିଧାୟିକା ଜିତିଥିଲେ

-ରାଜ୍ୟ ମନ୍ତ୍ରୀ ପରିଷଦରେ ମାତ୍ର ୧୭ ଜଣ ମହିଳାଙ୍କୁ ସ୍ଥାନ ମିଳିଛି

-କ୍ୟାବିନେଟ୍ ପାହ୍ୟା ପାଇଛନ୍ତି କେବଳ ୭ ଜଣ ମହିଳା

-ଓଡ଼ିଶାରେ ସବୁଠାରୁ ଅଧିକ ଥର ବିଧାୟିକା ହୋଇଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ

{"id":93441}

-ଖଲ୍ଲିକୋଟ ଆସନରୁ ୭ ଥର ଏବଂ କବିସୂର୍ଯ୍ୟନଗର ଆସନରୁ ୨ ଥର ଜିତିଛନ୍ତି

-ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ

-୨୦୧୪ ସୁଦ୍ଧା ଓଡିଶାରୁ ୧୦ ଜଣ ମହିଳା ଲୋକସଭା ଯାଇଛନ୍ତି । ସେମାନେ ହେଲେ ଜୟନ୍ତୀ ପଟ୍ଟନାୟକ, ଫ୍ରିଡ଼ା ଟପ୍ନୋ, ସୁଶୀଳା ତିରିଆ, କୁମୁଦିନୀ ପଟ୍ଟନାୟକ

ହେମା ଗମାଙ୍ଗ, ଅର୍ଚ୍ଚନା ନାୟକ, ସଙ୍ଗୀତା ସିଂଦେଓ, ଶକୁନ୍ତଳା ଲାଗୁରୀ

ରୀତା ତରାଇ ଏବଂ ପ୍ରତ୍ୟୁଷା ରାଜେସ୍ବରୀ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.