କ୍ୟାଡର ଭିତ୍ତିକ ଦଳ ହେବ ବିଜେଡି, ଜାଣନ୍ତୁ କଣ ରହିଛି ରୋଡ ମ୍ୟାପ୍‌

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର୧୫|୧୧; କ୍ୟାଡର ଭିତ୍ତିକ ଦଳ ହେବ ବିଜେଡି । ଯେମିତି ବିଜେପି ଏକ କ୍ୟାଡର ଭିତ୍ତିକ ଦଳ ଭାବେ ସାରା ଦେଶରେ ସବୁଠୁ ମଜବୁତ ଦଳ ଭାବେ ଠିଆ ହୋଇଛି, ସେଭଳି ଓଡିଶାରେ ଆଞ୍ଚଳିକ ଦଳ ଭାବେ ବିଜେଡିକୁ କ୍ୟାଡର ଭିତ୍ତିକ ଦଳ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

{"id":184806,"sizeSlug":"large"}

ସେଥିପାଇଁ ବିଜେପି ଷ୍ଟାଇଲରେ ବିଜେଡି ପ୍ରଥମକରି ଦଳ ଭିତରେ ସଂଗଠନ ସାଧାରଣ ସଂପାଦକ ପଦବୀ ସୃଷ୍ଟି କରିଛି । ଯାହାକି ସାଧାରଣ ଭାବେ ବିଜେପିର ଥାଏ । ଜଣେ ଆରଏସଏସ ପ୍ରଚାରକଙ୍କୁ ଏଦାୟିତ୍ବ ଦିଆଯାଇଥାଏ । ଏବେ ବିଜେଡି ସେହି ପଦବୀରେ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତ କରିଛି ।

{"id":184807,"sizeSlug":"large"}

ଏନେଇ ଦଳ ସୁପ୍ରିମୋ ନବୀନ ପଟନାୟକ ଆଜି ମୋହର ମାରିଛନ୍ତି । ସେହିଭଳି ବିଜେଡି ମୁଖ୍ୟାଳୟ ଦାୟିତ୍ବ ବୁଝିବାକୁ ଦକ୍ଷ ସଂଗଠକ ଭାବେ ଜଣାଶୁଣା ସଂଜୟ ଦାସବର୍ମାଙ୍କୁ ନିଯୁକ୍ତି ମିଳିଛି । ଏହା ମଧ୍ୟ ଏକ ଦଳ ଭିତରେ ନୂଆ ପଦବୀ । ଏଥିରୁ ସ୍ପଷ୍ଟ ଯେ ବିଜେଡି ତାର ସଂଗଠନକୁ ତଳସ୍ତରରୁ ମଜବୁତ କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି ।

{"id":184808,"sizeSlug":"large"}

ଅବଶ୍ୟ ବିଜେଡିକୁ କ୍ୟାଡର ଦଳ କରିବା ପ୍ରକ୍ରିୟା ନୂଆ ନୁହଁ । ପ୍ୟାରୀ ମହାପାତ୍ର ସଂଗଠନ କଥା ବୁଝୁଥିବା ବେଳେ ବିଜେପି ଓ କମ୍ୟୁନିଷ୍ଟ ଭଳି ବିଜେଡିକୁ କ୍ୟାଡର ଦଳ କରିବେ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ୟାରୀ କେବଳ ସଂଗଠନ ଦାୟିତ୍ବରୁ ନୁହେଁ ବିଜେଡିରୁ ବି ବିଦା ହୋଇଥିଲେ । ଏହାପରେ କିଛି ନେତାଙ୍କୁ ସନ୍ତୁଷ୍ଟ ପାଇଁ ନବୀନ ମହାସଚିବ ପଦରେ ବସାଇଥିଲେ । ଏବେ କିନ୍ତୁ ନୂଆକରି ସଂଗଠନ ସାଧାରଣ ସଂପାଦକ ଭାବେ ଗୁରୁ ଦାୟିତ୍ବ ସମ୍ଭାଳିବେ ବବି । ହେଲେ ବିରୋଧି କହିଛନ୍ତି, ଯେ ବିଜେଡି କ୍ୟାଡର ଦଳ ହୋଇପାରିବନି ।

{"id":184809,"sizeSlug":"large"}

ସେହିଭଳି ଦଳର ଅନ୍ୟତମ ଟାଣୁଆ ନେତା ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରିଟର୍ଣିଙ୍ଗ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଙ୍ଗଠନିକ ନିର୍ବାଚନ ପରିଚାଳନା ଦାୟିତ୍ବ ପ୍ରତାପ ଦେବ ବୁଝିବେ । ଗତଥର ବି ସେ ରିଟର୍ଣିଙ୍କ ଅଫିସର ଦାୟିତ୍ବ ସମ୍ଭାଳିଥିଲେ ।

{"id":184810,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.